ପେଟ୍ରୋଲ ଡିଜେଲ ଦର ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ

ନୂଆପଡା ( କୋଶଲ ନ୍ୟୁଜ୍ ) ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଦେଶ କଂଗ୍ରେସ କମିଟି ର ନିର୍ଦ୍ଦେଶକ୍ରମେ ଜିଲ୍ଲା କଂଗ୍ରେସ କମିଟି ନୂଆପଡ଼ା ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଘାସିରାମ ମାଝୀ ଙ୍କ ନେତୃତ୍ବରେ ନୂଆପଡ଼ା ସଦର ସ୍ଥିତ ଗୁପ୍ତା ପେଟ୍ରୋଲ ପମ୍ପ ଠାରେ ପେଟ୍ରୋଲ ଓ ଡିଜେଲ ଦର ପ୍ରତ୍ୟାହାର ଦାବିରେ ଆଜି ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l କେନ୍ଦ୍ରରେ ଶାସିତ ମୋଦୀ ସରକାର ପେଟ୍ରୋଲ ଓ ଡିଜେଲର ଆହେତୁକ ଦର ବୃଦ୍ଧି କରି ଏକଛତ୍ରବାଦ ଶାସନ ଚଳାଇ ସାଧାରଣ ଲୋକଙ୍କ ଠାରୁ ଟ୍ୟାକ୍ସ ନାରେ ଅସୁଲୀ କେନ୍ଦ୍ର ଚଳାଇଛନ୍ତି ବୋଲି ତୀବ୍ର ନିନ୍ଦା କରାଯିବା ସହ ନାରାବାଜୀ କରାଯାଇଥିଲା l ଯଦି ତୈଳ ଦର ପ୍ରତ୍ୟାହାର କରା ନ ଗଲେ, ଆଗାମୀ ଦିନରେ ଲଢେଇ ଆହୁରି ବ୍ୟାପକ ହେବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି l

ଧାରଣ ଓ ବିକ୍ଷୋଭ ପ୍ରଦର୍ଶନ ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଘାସିରାମ ମାଝୀ ଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଦେବଦତ୍ତ ଦୀକ୍ଷିତ, ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶ୍ରୀ ଶାହରୁଖ୍ ଖାନ୍, କୋମନା ବ୍ଲକ କଂଗ୍ରେସ କମିଟି ସଭାପତି କୈଳାଶ ଚନ୍ଦ୍ର ବାଗ, ନୂଆପଡ଼ା ବ୍ଲକ କଂଗ୍ରେସ ସଭାପତି ଜଗଦୀଶ ସାହୁ, ନୂଆପଡ଼ା ଏନ୍ ଏ ସି ସଭାପତି କୁଲଦୀପ ସୂରଜ, ଯୁବନେତା ଖାମ୍ ସିଂ ମାଝୀ, ମହେଶ୍ଵର ପଟେଲ ଓ ବରିଷ୍ଠ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l

Comments (0)
Add Comment