ବିଶ୍ଵ ଯୋଗ ଦିବସ ପାଳିତ,ଅରବିନ୍ଦ ଯୋଗ ଏକାଡେମୀ ପକ୍ଷରୁ ପାଲିତ

ନୂଆପଡା ( କୋଶଲ ନ୍ୟୁଜ୍ ) ଡିପିସି ପୋଷ୍ଟ, ନୂଆପଡା ଜିଲ୍ଲା ବିଭିନ୍ନ ସ୍ଥାନରେ ଆଜି ବିଶ୍ଵ ଯୋଗ ଦିବସ ପାଳିତ ହେଇଯାଇଛି । ଆଜି ହିନ୍ଦୁ ସଂସ୍କୃତି ର ବଡ ପର୍ବ ନିର୍ଜଲା ଏକାଦଶୀ ତଥା ଯୋଗ ଦିବସ ସଂଯୋଗ ର ପଡିଛି । ୨୧ ଜୁନ ଅନ୍ତର୍ଜାତୀକ ଯୋଗ ଦିବସ ଉପଲକ୍ଷେ ଗୁଳୁକୁଲମ ଅରବିନ୍ଦ ଯୋଗ ଏକାଡେମୀ ତତ୍ଵବଧାନର ରେ ନୂଆପଡା ଜିଲ୍ଲା ଖଡ଼ିଆଳ ଆଜି ମନୋହରଲାଲ ଧର୍ମ ଶାଲା ଠାରେ ଯୋଗ ଉତ୍ସବ ବଡ ହର୍ଷ ଉଳ୍ଳାସ ଶଂଖ ନାଦ ସହିତ ପାଳିତ ହୋଇଅଛି।ସମସ୍ତେ ଏକତ୍ର ଚାଲିବା,ଆମେ ସମସ୍ତଙ୍କ ସହିତ ଗୋଟିଏ ସ୍ବରରେ କହିବା ଓ ସମସ୍ତେ ଜ୍ଞାନଗୁଣି ହୁଅନ୍ତୁ ଓ ନିଜର ପୂର୍ବ ପୁରୁଷଙ୍କୁ ଅନୁସରଣ କରି ନିଜ କର୍ତ୍ତବ୍ୟ ପାଳନ କରିବା ଉଚିତ୍ ।ମହର୍ଷି ପତଞ୍ଜଳୀ ଡିଜିଟାଲ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଯୋଆଚାର୍ଯ୍ୟ ଅରବିନ୍ଦ ଶାସ୍ତ୍ରୀ ଖରିଆର ଯୋଗ ଦେଇ ଯୋଗ ଅଭ୍ୟାସ କରିଥିଲେ।

Comments (0)
Add Comment