୪୫ ଥର ରକ୍ତଦାନ କରି ଚର୍ଚ୍ଚାରେ ଯୁବ ସାମ୍ବାଦିକ

ନୂଆପଡା (କୋଶଲ ନ୍ୟୁଜ୍ )ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମିଶନ ହସ୍ପିଟାଲରେ ଜଣେ ମହିଳା ଙ୍କୁ ଗୁରୁତର ଅବସ୍ଥାରେ ଭର୍ତି କରାଯାଇ ଥିବା ବେଳେ ତାଙ୍କର ଏ ପଜିଟିଭି ବ୍ଲଡ଼ ଅତି ଆବଶକ୍ୟ ହୋଇଥିଲା । କରୋନା ସମୟରେ ରକ୍ତ ଦାତାମାନେ ହସ୍ପିଟାଲ କୁ ଆସୁନଥିବାରୁ ପରିବାର ଲୋକେ ରକ୍ତ ପାଇଁ ଡହଳ ବିକଳ ହେଉଥିଲେ l ଠିକ ସେଇ ସମୟରେ କୌଣସି ପ୍ରକାର ସୂତ୍ରରୁ ଖବର ପାଇ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିନାପାଲି ଗାଁର ଯୁବ ସାମ୍ବାଦିକ ଜଗନ୍ନାଥ ସାଗର କରୋନା ମହାମାରୀ କୁ ଖାତିର ନ କରି ସେ ଖଡ଼ିଆଳ ମିଶନ ହସ୍ପିଟାଲ କୁ ପହଞ୍ଚି ଥିଲେ । ସେ ଯାଇ ମହିଳା ଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଥିଲେ ଏବଂ ରକ୍ତଦାନ କରିଥିଲେ l ଯାହାକୁ ରକ୍ତଦାନ କରିଥିଲେ ସେହି ମହିଳା ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ମଖଣ୍ଡ ଗାଁର ବେଳମତି ମେହେର ତାଙ୍କ ବୟସ ୫୦ ପାଖା ପାଖି ହେବ l ଏଭଳି କରୋନା ସମୟରେ ରକ୍ତଦାନ କରିଥିବାରୁ ସାମ୍ବାଦିକ ଜଗନ୍ନାଥ ସାଗର ଙ୍କୁ ପରିବାର ଲୋକେ ଧନ୍ୟବାଦ ଦେଇଥିଲେ l ଜଗନ୍ନାଥ ସାଗର ଙ୍କ କହିବା ଅନୁଯାଇ ଆଜି ରକ୍ତଦାନ କରିବା 45 ଥର ହେବ ଏବଂ ରକ୍ତଦାନ କରି ମୁଁ ନିଜେ ବହୁତ ଖୁସି ବୋଲି କହିଥିଲେ l ଏଭଳି ଅନେକ ଲୋକଙ୍କ ରକ୍ତର ଅସୁବିଧା ସମୟରେ ଠିଆ ହେଉଥିବାରୁ ସାଗରଙ୍କୁ ଜିଲ୍ଲାରେ ବହୁତ ଲୋକ ପ୍ରଶଂସା କରିବା ସହ ବର୍ତମାନ ଜିଲ୍ଲାରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି lଏପରିକି ରକ୍ତଦାନ କରି ବିଭିନ୍ନ ଜାଗାରେ ପୁରସ୍କୃତ ମଧ୍ୟ ହୋଇସାରିଛନ୍ତି।

Comments (0)
Add Comment