ଲକ ଡାଉନର ଆଜି ପ୍ରଥମ ଦିନରେ ପ୍ରଶାସନ ସହ କମିଶନର ଓ କର୍ମଚାରୀଙ୍କ କଡାକଡି ଯାଞ୍ଚ

ରାଉରକେଲା ସହରରେ ଆଜି ଠାରୁ ଆରମ୍ଭ ହୋଇଛି ଲକ ଡାଉନ । କଡାକଡି ଭାବେ ଏହି ନୀୟମକୁ ପାଳନ କରିବା ସକାସେ ସହକର୍ମୀଙ୍କ ସହ ବିଭିନ୍ନ ସ୍ଥାନ ବୁଲି ତର୍ଜମା କରୁଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା । ପୂର୍ବରୁ ଯେଉଁଭଳି ଭାବରେ ସହରରେ ଜନଗହଳି ହେବା ସହିତ ଯେଉଁଠି ନାଇଁ ସେଇଠି ହାଟ ବଜାର ବସୁଥିଲା ଏହାର ନୀୟନ୍ତ୍ରଣ ସକାସେ ଅଣ୍ଟାଭିଡିଛି ଆରଏମସି । ସମସ୍ତ ଉଠା ବେପାରୀଙ୍କୁ ଗୋଟିଏ ସ୍ଥାନରେ ଖୋଲା ପଡିଆରେ ପସରା ମେଲିବାର ବ୍ୟବସ୍ଥା କରାଯାଉଛି । ଏ ନେଇ ରାଉରକେଲା ପ୍ରଶାସନ ଅନେକ ପ୍ରକାରର ପଦକ୍ଷେପ ହାତକୁ ନେଇଛି । ଅମାନିଆ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନର ମଧ୍ୟ ଉତ୍ତମ ବ୍ୟବସ୍ତା ହୋଇଛି । ସହରର ଭିଡଥିବା ମାର୍କେଟ ଗୁଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ଯେଉଁଠି ବି କିଛି ବିଶୃଙ୍ଖଳା ଦେଖା ଦେବ ସାଙ୍ଗେ ସାଙ୍ଗେ ପଦକ୍ଷେପ ନିଆଯିବ । ପୋଲିଶ ପ୍ରଶାସନ ଓ ଆରଏମସି କର୍ମଚାରୀଗଣ ମିଳିତ ଭାବେ ଲୋକଙ୍କୁ ତାଗିଦ କରିବା ସହ ମାସ୍କ ଯାଞ୍ଚ କରୁଛନ୍ତି । କରୋନା ସଂକ୍ରମଣକୁ କିଭିଳି ଭାବେ ପ୍ରତିହତ କରାଯାଇ ପାରିବ ସେ ନେଇ ରାଉରକେଲା ପ୍ରଶାସନ ଓ ଆରଏମସିର ସଂପୂର୍ଣ୍ଣ ନଜର ରହିଛି ସହର ସାରା । ତେବେ ଦେଖିବାକୁ ବାକି ରହିଲା ୧୪ ଦିନିଆ ଲକ ଡାଉନକୁ ଲୋକେ କିଭଳି ଭାବେ ଗ୍ରହଣ କରିବେ ଓ ଏହା କେତେ ଦୂର ଫଳପ୍ରଦ ହେବ ।

Comments (0)
Add Comment