ବିଭିନ୍ନ ପ୍ରକାର ଦାବିକୁ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କରୋନା ସଂକ୍ରମଣ ହୁ ହୁ ହେଇ ମାଡି ଚାଲିଥିବା ବେଳେ ଚିକିତ୍ସା ଅବହେଳା ପାଇଁ ପୋକମାଛି ଭଳି ଲୋକେ ମରୁଛନ୍ତି ହେଲେ ଉପଖଣ୍ଡ ଓ ଜିଲ୍ଲା ପ୍ରଶାସନ କରୁଛନ୍ତି କ’ଣ ? ଏ ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାଜପା ନେତ୍ରୀ ବିଭିନ୍ନ ଦାବୀ ନେଇ ଅଭିଯୋଗ କରିବା ସହ ଧାରଣା ଦେଇଛନ୍ତି । ସେ ନିଜର ବକ୍ତବ୍ୟରେ କହିଛନ୍ତି ଯେ ସରକାର ବିଜେଡି ଦଳକୁ ଗୁରୁତ୍ବ ଦେବା ସହ ଭାଜପା ଦଳକୁ ଅଣଦେଖା କରୁଛନ୍ତି ସବୁବେଳେ । ରାଉରକେଲା ବିଧାୟକ ଯାହା ବି କରୁଛନ୍ତି କେବଳ ବିଜେଡ଼ି ଦଳର ଲୋକଙ୍କ ପାଇଁ ଅନ୍ୟ ପାଇଁ କିଛି ବି କରୁ ନାହାଁନ୍ତି । ରେଜିଷ୍ଟ୍ରେସନ ସମସ୍ତିଙ୍କ ପାଇଁ ସମାନ ଦଳୀୟ କର୍ମୀ ଓ ନେତାଙ୍କ ପାଇଁ କେବଳ ନୂହେଁ । ପ୍ରତ୍ୟେକ କଥାରେ ଅନଭିଜ୍ଞ ଭାବେ ବିଭିନ୍ନ ଅଣକୁଶଳୀ ଡାକ୍ତରଙ୍କୁ ଦାୟୀତ୍ବ ଦିଆଯାଉ ଥିବା ଯୋଗୁଁ ଆଜି କରୋନା ପାଇଁ ବିଭିନ୍ନ ବେସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ପୋକମାଛି ପରି ମାରି ଦିଆଯାଉଛି । ରାଉରକେଲା ସହରର ଥିବା ତିନୋଟି ବେସରକାରୀ ଚିକିତ୍ସାଳୟରେ ଏସବୁ ଘଟୁଥିଲେ ବି ପ୍ରଶାସନ ମୁକ ସାକ୍ଷୀ ସାଜୁଛି । ଏହିଭଳି ଅନେକ ଗୁଡିଏ ସମସ୍ୟା ନେଇ ଆଜି ଭାଜପା ନେତ୍ରୀ ଦଳୀୟ କର୍ମୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ ଅଭିଯୋଗ ପାଇଁ ହେଲେ ଏଡିଏମ ଛୁଟି ନେଇ ଯାଇଥିବାର ଯାଣିପାରି ଜିଲ୍ଲାପାଳଙ୍କୁ ମେସେଜ ଯୋଗେ ଜଣାଇଥିଲେ ବି କୌଣସି ସୁଫଳ ମିଳି ନ ଥିଲା । ଅନଭିଜ୍ଞ ଓ ଅଣକୁଶଳୀ ଡାକ୍ତରମାନଙ୍କୁ ସେହି ବେସରକାରୀ ଡାକ୍ତରଖାନାରୁ ବାହାର କରି ରୋଗୀଙ୍କ ଜୀବନ ବଞ୍ଚାଯାଉ । ଏହି ବିଷୟରେ ଭାଜପା ଦଳ ସହିତ ଆଲୋଚନା କରି ସରଳୀକରଣ ଉପାୟ ବାହାର କରିବାକୁ ଦାବୀ କରୁଥିବା ବେଳେ ଆଲୋଚନାକୁ ଆସିବାତ ଦୂରର କଥା ଉପଖଣ୍ଡ ଓ ଜିଲ୍ଲା ପ୍ରଶାସନ ଟାଳ ଟୁଳ ନୀତି ପ୍ରୟୋଗ କରୁଥିବା ନେଇ କ’ଣ କହୁଛନ୍ତି ଭାଜପା ନେତ୍ରୀ ତାଙ୍କ ବକ୍ତବ୍ୟକୁ ଶୁଣନ୍ତୁ ।

Comments (0)
Add Comment