ପପଙ୍ଗା ପାହାଡ଼ ଠାରେ ପ୍ଲାଷ୍ଟିକ ଫ୍ରି ପିକନିକ ଚାଲେଞ୍ଜ କାର୍ଯ୍ୟକ୍ରମ

ବରଗଡ଼(କୋଶଲ ନ୍ୟୁଜ୍):-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପପଙ୍ଗା ପର୍ବତ ଠାରେ ମାଉଣ୍ଟ ଏକ୍ସ ପ୍ଲୋର ର ଆଶିର୍ବାଦ ମହାପାତ୍ର ଙ୍କ ସଭାପତିତ୍ବ ରେ ଏକ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ଚାଲେଞ୍ଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସଫେଇ କାର୍ଯ୍ୟକ୍ରମ ତଥା ସଚେତନ କାର୍ଯ୍ୟକ୍ରମ ଓ ପ୍ଲାଷ୍ଟିକ ମୁକ୍ତ ରେ ଗୋଟେ ଭୋଜି ହୋଇଥିଲା। ଏଠାକୁ ଆସିଥିବା ପ୍ରାୟ ୨୦୦ ଟି ବଣଭୋଜି ଗୋଷ୍ଠୀ ଙ୍କୁ ପ୍ଲାଷ୍ଟିକ ବ୍ୟବହାର ର ଅପକାରିତା ତଥା ପ୍ଲାଷ୍ଟିକକୁ ନିର୍ଦ୍ଧିଷ୍ଟ ସ୍ଥାନରେ ରଖିବାକୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରେଞ୍ଜ ଅଫିସର ଆରତୀ ନେଗି,ମୁଖ୍ୟବକ୍ତା ପ୍ରକୃତି ବନ୍ଧୁ ମୀନକେତନ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ସଞ୍ଜୀବ ସାହୁ ଓ ଧର୍ମରାଜ ପ୍ରଧାନ ଯୋଗ ଦେଇଥିଲେ । ମାଉଣ୍ଟ ଏକ୍ସ୍ ପ୍ଲୋର ର କୋ ଫାଉଣ୍ଡର ରମେଶ ମେହେର କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ।ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ୟୁଥ୍ ଫର୍ ୱାଟର,ମାଉଣ୍ଟ ଏକ୍ସ ପ୍ଲୋର ଭଳି ତଥା ଅନେକ ଯୁବ ପିଢ଼ି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

Comments (0)
Add Comment