ରାଜଗାଙ୍ଗପୁର ବ୍ଲକର ବିଭିନ୍ନ ଛକରେ ପୋଲିଶର ମାସ୍କ୍ ଯାଞ୍ଚ ଓ ଅମାନିଆଙ୍କ ଉପରେ ଚଢ଼ାଉ

ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଛକ ସମେତ ପୈ।ରାଞ୍ଚି ସ୍ଥିତ ଉଭୟ ପାର୍ଶ୍ଵ ମୁଖ୍ୟ ରାସ୍ତାରେ ରାଜଗାଙ୍ଗପୁର ପୋଲିଶ ଉପସ୍ଥିତ ରହି ଅମାନିଆ ମାନଙ୍କୁ ସାବାଡ଼ କରିଥିଲେ l ମାସ୍କ୍ ଓ ଯାନବାହାନ , ହେଲମେଣ୍ଟ ଯାଞ୍ଚ କରି ଫାଇନ ମଧ୍ୟ ଆଦାୟ କରିଥିଲେ l ଲକଡାଉନର ତୃତୀୟଦିନରେ ସରକାରୀ ଘୋଷଣାନାମା ସମୟ ପରେ ଅମାନିଆ ମାନେ ବାହାରେ ବୁଲୁଥିବା ଦେଖି ପୋଲିଶ ପ୍ରଶାସନ କାର୍ଯାନୁଷ୍ଠାନ ଗ୍ରହଣ କରିଥିଲେ l ଉକ୍ତ ପୈ।ରାଞ୍ଚଳର ପଞ୍ଚାୟତ ଓ ଅନ୍ୟାନ୍ୟ ଛକ ଗୁଡିକରେ ପୋଲିଶ ବହୁ ସମୟଧରି ଯାଞ୍ଚ ପ୍ରକିୟା ଜାରି ରଖିଥିଲା l କରୋନାର ଦ୍ବିତୀୟ ଲହରୀରେ କରୋନା ଯାଞ୍ଚ କେନ୍ଦ୍ର ଖୋଲାଯିବା ସହ ଲୋକଙ୍କର ପ୍ରତ୍ୟହ ପରୀକ୍ଷା ନିରୀକ୍ଷା ଜାରି ରହିଥିବା ସତ୍ବେ ରୋଡ ରୋମିଓ ଓ ଅମାନିଆ ମାନେ ସରକାରୀ ନୀୟମକୁ ଅମାନ୍ୟ କରି ଯାନବାହାନ ଧରି ଏଣେ ତେଣେ ବିନା ମାସ୍କ୍ ଓ ହେଲମେଟରେ ବୁଲୁଥିବା ନେଇ ଏହି ଯାଞ୍ଚ ପ୍ରକ୍ରିୟାକୁ ଯୋରଦାର୍ କରିଛି ପ୍ରଶାସନ ।

Comments (0)
Add Comment