ବୁର୍ଲା ଭିମସାର : ୩ ଜଣ ବ୍ଲାକ୍ ଫଙ୍ଗସ ରୋଗୀ ଚିନ୍ହଟ

ବୁର୍ଲା (କୋଶଲ ନ୍ୟୁଜ୍) କରୋନା ର ଦ୍ୱିତୀୟ ଲହର ରେ ସଂକ୍ରମଣ ସଂଖ୍ୟା ସମ୍ପୁର୍ଣ ଥମିନଥିବା ବେଳେ କରୋନା ରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କୁ ବ୍ଲାକ୍ ଫଙ୍ଗସ ରୋଗ ଚିନ୍ତାର କାରଣ ପାଲ୍‌ଟିଛି । ବୁର୍ଲା ଭିମସାର ରେ ଏହି ବ୍ଲାକ୍ ଫଙ୍ଗସ ରେ ୨ ଜଣ ରୋଗି ଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୨୪ ଜଣ ବ୍ଲାକ ପଙ୍ଗସ ରୋଗୀ ଚିକିତ୍ସିତ ହେଉଛନ୍ତି। ତେବେ ଗତ ୧୦ ଦିନ ମଧ୍ୟରେ ଏଥିମଧ୍ୟରୁ ୨ ଜଣ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ମିିଳିଥିବା ସୂଚନା ମତେ ଗତ ପ୍ରାୟ ଏକ ମାସ ମଧ୍ୟରେ ଭିମସାର ରେ ସମୂଦାୟ ବ୍ଲାକ୍‌ଫଙ୍ଗସରେ ୨୧ ଜଣ ଏବଂ ୨ ଜଣ ସଂନ୍ଦିଗ୍ଧ ରୋଗି ଭର୍ତି ହୋଇଥିଲେ । ଇଏନ୍‌ଟି ବିଭାଗ, ମେଡିସିନ୍ ଏବଂ ଚକ୍ଷୁ ବିଭାଗ ର ଏକ ସ୍ୱତନ୍ତ୍ର ୱାର୍ଡରେ ଏହି ରୋଗୀଙ୍କ ଚିକିତ୍ସା ଚାଲିଛି। ତେବେ ଆଜି ପୁଣି ତିନିଜଣ ବ୍ଲାକ ପଙ୍ଗସ ରୋଗୀ ଚିନ୍ହଟ ହୋଇଥିବା ଭୀମସାର ଅଧିକ୍ଷକ ସୂଚନା ଦେଇଛନ୍ତି। ୨୪ ଜଣ ରୋଗି ବର୍ତମାନ ବୁର୍ଲା ମେଡିକାଲ ରେ ଚିକିତ୍ସାଧିନ ରହିଛନ୍ତି । ଏମାନଙ୍କ ମଧ୍ୟରୁ ମଧ୍ୟ ଅନେକ ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Comments (0)
Add Comment