ନାବାଳିକାକୁ ବିକ୍ରି ଉଦ୍ୟମ

ସମ୍ବଲପୁର (କୋଶଲ ନ୍ୟୁଜ୍) ଟାଉନ ଥାନା ଅନ୍ତର୍ଗତ ଦେଲେଇପଡା ଠାରେ ଜଣେ ୧୪ ବର୍ଷୀୟ ନବଳିକାକୁ ସୁଦୁର ଝାଂସିରେ ବିକ୍ରି କରିବା ଉଦ୍ୟମ କଲାବେଳେ ଚାଇଲଡ଼ ଲାଇନ ଏବଂ ପୋଲିସ ଉଦ୍ଧାର କଲେ ଝିଅକୁ। ଉକ୍ତ ନବଳିକାକୁ ତାଙ୍କ ନିଜ ମା ଏବଂ ମାମୁ ଝାଂସିରେ ବିକ୍ରି କରିବା ଉଦ୍ୟମ କରି ସେଠାରେ ବାହାଘର କରାଇବା ପାଇଁ ଉଦ୍ୟମ କରୁଥିଲେ। ପୂର୍ବରୁ ମଧ୍ୟ ଏମାନେ ଏଭଳି ଉଦ୍ୟମ କରି ବିଫଳ ହୋଇଥିଲେ। ଆଜି ପୁଣି ନବଳିକାକୁ ଝାଂସି ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଚାଇଲଡ଼ ଲାଇନ ଓ ପୋଲିସ ଚଢ଼ାଉ କରିଥିଲା। ନାବାଳିକାକୁ ଉଦ୍ଧାର କରି ଚାଇଲଡ଼ ଲାଇନର କର୍ମକର୍ତ୍ତା ମାନେ ନିଜ ସହିତ ନେଇଯାଇଥିବା ବେଳେ ନବଳିକାର ମା ଓ ମାମୁଙ୍କ ବିରୁଦ୍ଧରେ ଥାନାରେ ଚାଇଲଡ଼ ଲାଇନ ପକ୍ଷରୁ ଏତେଲା ଦିଆଯାଇଛି।

Comments (0)
Add Comment