ବାଦିବାହାଲ ଗ୍ରାମ ରାସ୍ତା ବେହାଲ୍,ଲୋକେ ହନ୍ତସନ୍ତ

ସମ୍ବଲପୁର (କୋଶଲ ନ୍ୟୁଜ) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ପଞ୍ଚାଯତ ଅଧିନସ୍ଥ ବଡବାଦିବାହାଲ ଗାଁ ରାସ୍ତା ଅନେକ ମାସ ହେଲାଣି ବେହାଲ୍ ଅବସ୍ଥାରେ ପଡିରହିଛି, ସୂଚନା ଅନୁଯାୟୀ ଏହି ଗାଁ ରାସ୍ତା ଦେଇ ସବୁଦିନ ପ୍ରାୟ ସହ ସହ ଲୋକ ଯାତାୟତ କରିଥାନ୍ତି । ନିକଟମ ବଜାର ଓ ବଡ ବ୍ୟବସାୟ ସ୍ଥାନ ଜମନକିରା ବ୍ଲକ କୁ ସଂଯୋଗ କରୁଥିବା ଏହି ରାସ୍ତା ଖରାପ ଯୋଗୁଁ ଅନେକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିର୍ବାଚନ ସମୟରେ ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ, ସରପଞ୍ଚ ସମସ୍ତେ ପ୍ରତିଶ୍ରୁତି ଦିଅନ୍ତି,କିନ୍ତୁ ନିର୍ବାଚନ ବିଜୟୀ ହେଲା ପରେ କାହାରି ଦେଖା ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଅନେକ ଅସୁବିଧା ର ସମ୍ମୁଖୀନ ହେବା ସଙ୍ଗେ ବେଳେ ବେଳେ ଛୋଟୋ ବଡ ଦୁର୍ଘଟଣାର ମଧ୍ୟ ଶିକାର ହୁଅନ୍ତି । ଗ୍ରାମରେ କୌଣସି ଲୋକେ ଗମ୍ଭୀର ରୋଗରେ ପୀଡିତ ବା ପ୍ରସୂତି ପାଇଁ ରୋଗୀ ଙ୍କୁ ଡ଼ାକ୍ତରଖାନା କୁ ନେବା ପାଇଁ ଗାଁ ଲୋକଙ୍କ ମୁଣ୍ଡରେ ଏକ ବଡ ଚିନ୍ତା ଘାରିବାରେ ଲାଗିଛି । ଅନେକ ଥର ଟିକିବା ପଞ୍ଚାଯତ ର ସରପଞ୍ଚ ସହ ଯୋଗାଯୋଗ କରାଯିବା ସତ୍ବେ କୌଣସି ସମାଧାନ ହୋଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସମସ୍ତ ଗ୍ରାମବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ ଆମ ଗାଁ ରାସ୍ତା ସୁଧୁରିବ କେବେ ଆଉ ଆମେ ଉପକୃତ ହେବୁ କେବେ ?

Comments (0)
Add Comment