ଭିମସାରରେ ସୁରକ୍ଷାକର୍ମୀ ଙ୍କ ଦ୍ଵାରା ଗାଡିଚାରି

ସମ୍ବଲପୁର (କୋଶଲ ନ୍ୟୁଜ୍) ବାଡ଼ଯଦି ଫସଲ ଖାଇବ ତେବେ ଫସଲ ଜଗିବ କିଏ। ସୁରକ୍ଷାକର୍ମୀ ହିଁ କଲେ ଗାଡିଚୋରି। ଏଭଳି ଏକ ଘଟଣା ଘଟିଛି ବୁର୍ଲା ଭିମସାରରୁ। ଭିମସାରରେ ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀ ହି ଭୀମସାର ପରିସରରୁ ଗାଡିଚୋରି କରିଥିବା ସିସିଟିଭି ରେ କଏଦ ହୋଇଛି।
ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାର। ଭିମସାରରେ ହେଉଥିବା ଗାଡିଚୋରି ରାକେଟର ହେଲା ପର୍ଦାଫାସ। ଭିମସାରରେ ନିୟୋଜିତ ଏକ୍ସକ୍ୟୁଟିଭ ସିକ୍ୟୁରୀଟି ସଂସ୍ଥାର ସୁରକ୍ଷାକର୍ମୀ କରୁଛନ୍ତି ଗାଡିଚୋରି। ଏହି ଚୋରିର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହେଲା। ଭୀମସାର ଜରୁରୀକାଳୀନ ବିଭାଗ ସମ୍ମୁଖରୁ ଜଣେ କାର୍ଯ୍ୟରତ ସୁରକ୍ଷାକର୍ମୀ ଗାଡିଚୋରି କରି ଅନ୍ୟତ୍ର ନେଇଥିଲେ ଓ ପରେ ପୁଣି ଚାଲିଚାଲି ଭିମସାରକୁ ଫେରିଥିଲେ। ଗାଡି ମାଲିକ ନିଜସ୍ଥାନରେ ରଖିଥିବା ଗାଡିକୁ ନପାଇ ଖୋଜାଖୋଜି କରିଥିଲେ। ପରେ ସେ ଭିମସାରରେ ଲାଗିଥିବା ସିସିଟିଭି ଫୁଟେଜକୁ ଦେଖିଥିଲେ। ଫୁଟେଜରେ ଜଣେ ସୁରକ୍ଷାକର୍ମୀ ଗାଡିଟିକୁ ଚୋରିକରି ନେଇଯାଇଥିବା ଦେଖିଥିଲେ।ଏହି ଖବର ମିଳିବାପରେ ସୁରକ୍ଷାସଂସ୍ଥା ର କିଛି ସୁପରଭାଇଜର ଅଭିଯୁକ୍ତ ସୁରକ୍ଷାକର୍ମୀ ଙ୍କୁ ତାଙ୍କ ଘରୁ ଆଣି ବୁର୍ଲା ଥାନାରେ ଜିମାଦେବା ସହିତ ଚୋରି ହୋଇଥିବା ଗାଡିକୁ ମଧ୍ୟ ପୋଲିସର ଜିମା ଦେଇଛନ୍ତି।
ଭିମସାରରେ ପୂର୍ବରୁ ମଧ୍ୟ ପ୍ରତିଦିନ ଏକାଧିକ ଗାଡି ଚୋରି ହୋଇଥିବା ଭୀମସାର ଫାଣ୍ଡି ଓ ବୁର୍ଲା ଥାନାରେ ଅଭିଯୋଗ ହୋଇଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିୟୋଜିତ ସୁରକ୍ଷାକର୍ମୀ ମାନେହି ପୂର୍ବରୁ ଅନେକ ଆସମାଜିକ କାର୍ଯ୍ୟରେ ଲିପ୍ତ ହୋଇଥିବା ଅଭିଯୋଗ ହୋଇଛି। ଭିମସାରରେ ହେଉଥିବା ଚୋରି ଓ ରୋଗୀ ସମ୍ପର୍କୀୟଙ୍କ ଠାରୁ ହେଉଥିବା ଚୋରି ପଛରେ ଏହି ସୁରକ୍ଷାକର୍ମୀ ଙ୍କ ହାତ ରହିଥିବା ସନ୍ଦେହ କରହେଉଛି। ଆଜିର ଏହି ଚୋରି ଘଟଣା ପରେ ଭୀମସାର ନିର୍ଦେଶକ ଏହାର ତଦନ୍ତ ଆରମ୍ଭ କରିଛନ୍ତି।

ରକ୍ଷକ ଯଦି ଭକ୍ଷକ ସଂଜୀବ ତେବେ ରକ୍ଷା କରିବ କିଏ। ଭିମସାରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ହୋଇଥିବା ଚୋରି ଲୁଟ ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଚର୍ଚା ହେବା ସହିତ ଏହି ସଂସ୍ଥା ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।

Comments (0)
Add Comment