ସର୍ବ ସମନ୍ୱୟ ସଂଘ ରାଉରକେଲା ଗ୍ରସ୍ତ


ଟେନସା-୨୭/୧ ସର୍ବ ସମନ୍ୱୟ ସଂଘ ର ସଭାପତି ଜଗଦୀଶ ବେହେରା ଙ୍କ ନେରତ୍ୱ ରେ ଏକ ପ୍ରତିନିଧି ଦଳ ସେଲ ଡେ ରେ ରାଉରକେଲା ଗ୍ରସ୍ତ କରିଥିଲେ ।ସେଲ ସର୍ବ ଭାରତୀୟ ହରିଜନ, ଆଦିବାସୀ ସଂଘର ଉପ ସଭାପତି ଏସ. ସି ପରିଜା ଙ୍କୁ ତାଙ୍କ ବାସ ଭବନରେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ।ଏହି ସାକ୍ଷାତ ସମୟରେ ସର୍ବ ସମନ୍ୱୟ ସଂଘ ରାଉରକେଲା ସମ୍ପାଦକ ଶୁକଦେଵ ମଲ୍ଲିକ ଉପସ୍ଥିତ ଥିଲେ । ସାକ୍ଷାତ ର ମୁଖ୍ୟ ଉଦେଶ୍ୟ ଥିଲା ସର୍ବ ସମନ୍ୱୟ ସଂଘ ଟେନସା ଶାଖା କୁ କେନ୍ଦ୍ର ନୂଆଦିଲ୍ଲୀ ସହିତ ଯୋଡ଼ା ଯାଉ ।ଏବଂ କିଭଳି ହରିଜନ/ଆଦିବାସୀ ପଛୁଆ ବର୍ଗର ଆର୍ଥିକ, ସାମାଜିକ, ଶିକ୍ଷାଗତ ଅନଗ୍ରସର ଲୋକ ମାନଙ୍କୁ ସାମଗ୍ରୀକ ଭାବରେ ବିକାଶ କରାଯାଇ ପାରିବ । ଟେନସା ଶାଖାର ସଭାପତି ଜଗଦୀଶ ବେହେରା, ଉପ ସଭାପତି ଜାଭିଅର ଟପୋ,ସାଧାରଣ ସମ୍ପାଦକ ହେରମାନ ଲାକ୍ରା, କୋଷାଧକ୍ଷ ପାଣ୍ଡବ ମାଝୀ, ପ୍ରମୁଖ ବିଭିନ୍ନ ପ୍ରସଙ୍ଗ ଉପରେ ଦୁଷ୍ଟି ଆକର୍ଷଣ କରିଥିଲେ ।ରାଉରକେଲା ଶାଖା ର ସାଧାରଣ ସମ୍ପାଦକ ଶୁକଦେଵ ମଲ୍ଲିକ ସମସ୍ତ ବିଷୟ ଉପରେ ଦିଗଦର୍ଶନ ଦେଇଥିଲେ ।ରାଉରକେଲା ସର୍ବ ସମନ୍ୱୟ ସଂଘର ଉପସଭାପତି ଆଗାମୀ ଦିନରେ କିପରି ମିଳିତ ଭାବେ ଟେନସା/ରାଉରକେଲା ବିଭିନ୍ନ କାର୍ଯ୍ୟ କରିବେ ସେ ଉପରେ ଗୁରୁତ୍ୱ ଆରପ କରିଥିଲେ ।

Comments (0)
Add Comment