ଅତାବିରାରେ ବେଆଇନ ମଦ ବିକ୍ରି, ଜୁଆ ଓ ସଟ୍ଟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୂର୍ବରୁ ଦାବି କରାଯାଇ ଆସୁଥିବା ଆନ୍ଧ୍ର କଲ୍ୟାଣ ମଣ୍ଡପ ସମ୍ମୁଖରେ ବେଆଇନ ବିଦେଶୀ ମଦ ଦୋକାନ(ଖୋଲା ବାର୍) ଖୋଲାଯିବାକୁ ନେଇ କୋଶଳ ଆନ୍ଧ୍ର କଲ୍ଚରାଲ ଏସୋସିଏସନ୍ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଫଳରେ ଗତକାଲି ଆନ୍ଧ୍ର କଲ୍ୟାଣ ମଣ୍ଡପଠାରେ ଅଞ୍ଚଳର ସମସ୍ତ ଆନ୍ଧ୍ର ସଭ୍ୟମାନଙ୍କୁ ନେଇ ଏକ ସଭା ହୋଇଥିଲା। ସେଠାରେ ସମସ୍ତ ଦଳଙ୍କୁ ନେଇ ଏହାର ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଥିଲା। ଯାହା ଆଜି ସନ୍ଧ୍ୟାରେ ଏହି ସର୍ବାଦଳୀୟ ସଭାର ଆୟୋଜନ ହୋଇଥିଲା। ସଭାରେ ସର୍ବସମ୍ମତ୍ତି କ୍ରମେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ତଥା ବେଆଇନ ଭାବେ ମଦ, ଜୁଆ ଓ ସଟାକୁ ଏନଏସିରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା।

Comments (0)
Add Comment