ସ୍ଵତନ୍ତ୍ର କାରାଗାରର ସୁରକ୍ଷା ସକାଶେ ବିଶେଷ ପଦକ୍ଷେପ

କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଉରକେଲାସ୍ଥିତ ସ୍ଵତନ୍ତ୍ର କାରାଗାରର ଅନ୍ତେବାସୀମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି। କାରାଗାରକୁ ସପ୍ତାହରେ ୨ ଥର ବିଶୋଧନ କରାଯିବା ସହ କୋଭିଡ୍ ନିୟମ ପାଳନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ତେବେ କାରାଗାରକୁ ନୂଆକରି ଆସୁଥିବା କଏଦୀମାନଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଉଛି। ଏହା ସହ ସେମାନଙ୍କୁ ୧୪ ଦିନିଆ ଆଇସୋଲେସନରେ ରଖାଯାଉଛି। ସେହିପରି ଯେଉଁମାନଙ୍କର ଥଣ୍ଡା, ଜ୍ୱର, କାଶ ଭଳି ଲକ୍ଷଣ ଦେଖାଦେଉଛି ସେମାନଙ୍କୁ ୭ ଦିନିଆ ଆଇସୋଲେସନରେ ରଖାଯାଉଛି।

Comments (0)
Add Comment