ରକ୍ତ ଦାନ ଅରି ଜୀବନ ବଞ୍ଚାଇଲେ ସ୍ବେଚ୍ଛାକୃତ ରକ୍ତ ଦାତା

ସୁବର୍ଣପୁର (କୋଶଲ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଅନ୍ତର୍ଗତ ରଥିପଡା ର ଯୁବକ ରମାକାନ୍ତ ହୋତା ଆଜି ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଏକ ରକ୍ତହୀନତା ରୋଗୀ ରୋଗୀ କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଛନ୍ତି । ୬୦ ନ ଶଯ୍ୟାରେ ଚିକିତ୍ସା ହେଉଥିବା ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବଡ଼ମାଳ ର ଜଣେ ଗୁରୁତର ଅବସ୍ଥାରେ ଥିବା ରୋଗୀ ସୁଚିତ୍ରା ରଣବିରା ଯେ କି ରକ୍ତହୀନତା ରୋଗରେ ପୀଡିତ ଅଛନ୍ତି ଓ ବ୍ଲଡ଼ ହିମୋଗ୍ଲବିନ *୫* ଗ୍ରାମ ଓ ସେ ରକ୍ତ ବ୍ଲଡ଼ ବ୍ୟାଙ୍କ୍ ରେ ମଧ୍ୟ ନାହିଁ , ତାଙ୍କୁ ବିରଳ ରକ୍ତ A – ଦେଇ ଅସମୟରେ ଜୀବନ ରକ୍ଷା କରିଛନ୍ତି ଏ ଯୁବକ । ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ରୋଗୀଙ୍କ ସମର୍କିୟ ରକ୍ତ ଦାତା ସଙ୍ଘ ସୁବର୍ଣ୍ଣପୁର କୁ ଯୋଗାଯୋଗ କରିବା ହେତୁ ଏ ବିରଳ ରକ୍ତ ମିଳି ପାରି ଥିବାର କହିଛ ନ୍ତି ରୋଗୀଙ୍କ ସମ୍ପର୍କୀୟ । ରମାକାନ୍ତ ଆଗରୁ ମଧ୍ୟ ବିଭିନ୍ନ ସ୍ଥାନରେ ୪ ଥର ରକ୍ତ ଦାନ କରି ମହାନତା ର ପରିଚୟ ଦେଇଛନ୍ତି ।

Comments (0)
Add Comment