ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଜିଲ୍ଲା କଂଗ୍ରେସର ପକ୍ଷରୁ ଆଜି ପ୍ରତିବାଦ

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସର ପକ୍ଷରୁ ଆଜି ପ୍ରତିବାଦ କରାଯାଇଛି।ଜିଲ୍ଲା କଂଗ୍ରେସ ସଭାପତି ଗୌରୀ ଶ୍ୟାମ ପଣ୍ଡାଙ୍କ ନେତୃତ୍ୱରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ୪ଘଂଟା ପାଇଁ ସହର ଫରେଷ୍ଟ ଅଫିସପାଖ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ହାତର ପ୍ଲା କାର୍ଡ ଧରି ପେଟ୍ରୋଲ ଡିଜେଲ ଦର ବୃଦ୍ଧି ର ପ୍ରତିବାଦ କରିଥିଲେ କଂଗ୍ରେସ କର୍ମୀମାନେ । ତେଲ ଦର ନକମିଲେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ଜିଲ୍ଲା କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ।ଏହି ଆନ୍ଦୋଳନରେ ଜିଲ୍ଲା ଲିଗାଲ ସେଲର ସଭାପତି ସୁଧୀର ପଣ୍ଡା,ପୂର୍ବତନ ବିଧାୟକ ବିନୋଦ ପାତ୍ର,ରାଜେଶ ମିଶ୍ର, ଜିତେନ୍ଦ୍ର ପଟ୍ଟନାଏକ,ସୂର୍ଯ୍ୟ କାନ୍ତି ବାଘ,ରାଜେନ୍ଦ୍ର ମେହେର, ମହମ୍ମଦ ଇମ୍ରାନ, ନିମାଇଁ ପାଣିଗ୍ରାହୀ, ପପି ପଣ୍ଡା, ସୁରୁ ଠାକୁର, ସଚି ସାହୁ,ଶେଷ ମେହେର, ହୃଷିକେଶ ମିଶ୍ର, ବିଶ୍ଵମ୍ବର ନନ୍ଦ,ସତ୍ୟଭାମା ମେହେର,ଗିରିଶ ଭୋଇ,ବାବୁଲୁ କୁମ୍ଭାର ସାମିଲ ହୋଇଥିଲେ।

Comments (0)
Add Comment