ପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ସ୍ଵାସ୍ଥ୍ୟକେନ୍ଦ୍ର ର ଡାକ୍ତର ପୂଜାଶ୍ରୀ ମିଶ୍ର ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିବାବେଳେ ଏହି ରଥ ଆଗାମୀ ପନ୍ଦର ଦିନ ପର୍ଯ୍ୟନ୍ତ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ବିଭିନ୍ନ ଗ୍ରାମ ବୁଲି ଲୋକଙ୍କୁ ପରିବାର ନିୟୋଜନ ସମ୍ପର୍କରେ ସଚେତନତା କରାଇବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ଜୁଲାଇ ୧୧ ତାରିଖ କୁ ବିଶ୍ଵ ବ୍ୟାପି ବିଶ୍ଵ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ। ଆମ ଦେଶରେ ମଧ୍ୟ ଜନସଂଖ୍ୟା ବୃଦ୍ଧିରେ ସ୍ଥିରତା ଆଣିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ସମସ୍ତ କାର୍ଯ୍ୟକ୍ରମଟିକୁ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ଆୟୁଷ ଡାକ୍ତର ପ୍ରମୋଦ ମେହେର, ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର, ଏଲଏଚଭି ଏଡିଥ୍ ଖାଲକୋ, ଏଏନଏମ ରଂଜିତା ପଣ୍ଡା, କଲ୍ୟାଣୀ ସାହୁ ପ୍ରମୂଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments (0)
Add Comment