ପ୍ରସିଦ୍ଧ ପାତାଳି କ୍ଷେତ୍ରରେ ଗଡିଲା ନାହିଁ ରଥ ,ଭକ୍ତ ନିରାଶ

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁଵର୍ଣ୍ଣପୁର ଜିଲ୍ଲା କୋଟସମଲାଏ ପାତଳୀ ଶ୍ରୀକ୍ଷେତ୍ରରେ ଆଜି ନିତିକାନ୍ତି ରେ ରଥଯାତ୍ରା ପାଳିତ ହୋଇ ଯାଇଛି । ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେେ ରଖି କୋଭିଡ କଟକଣା ଯୋଗୁଁ ସରକାରଙ୍କ ନିର୍ଦ୍ଦେଶ ଓ ସୁପ୍ରିମକୋଟ ର ଆଦେଶ କୁ ପାଳନ କରି ପାତାଳି ଶ୍ରୀ କ୍ଷେତ୍ରରେ ରଥ ଗଡିପାରି ନାହିଁ ।କେଵଳ ସିମିତ ସେବାୟତ ଓ ଭକ୍ତ ଙ୍କ ଦ୍ବାରା ଛତିଛତ୍ର,ଆଳଟ,ଚାମର,ଘଣ୍ଟ ଶଙ୍ଖ ବାଦ୍ୟ ସହ ମହାପ୍ରଭୁଙ୍କୁ ଧାଡି ପହଣ୍ଡି କରି ଅସ୍ଥାୟୀଭାବେ ତିଆରି ହୋଇଥିବା ମାଉସୀ ମନ୍ଦିର ରେ ମହାପ୍ରଭୁଙ୍କୁ ରଖାଯାଇଛି ।ପ୍ରସାଶନ ଦ୍ବାରା ପାତଳୀ ଶ୍ରୀକ୍ଷେତ୍ର ର ସମସ୍ତ ପ୍ରବେଶ କୁ ସିଲ କରିଥିବା ଦ୍ବାରା ଭକ୍ତ ମାନେ ନିରାଶ ହୋଇ ଫେରିଥିଲେ ।

Comments (0)
Add Comment