ସୁବର୍ଣ୍ଣପୁର ଜିଲ୍ଲାରେ ମାଟ୍ରିକ ପାସ ହାର ୯୬.୭୫ % : ଋଷିକେଶ ପଣ୍ଡା ଜିଲ୍ଲା ଟପର

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ଶୁକ୍ରବାର ଅପରାହ୍ନରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇ ସାରିଥିବାବେଳେ ଚଳିତବର୍ଷ ସୁବର୍ଣ୍ଣପୁର ଜିଲ୍ଲାରେ ଦଶମ ଶ୍ରେଣୀ ପାସ ହାର ୯୬.୭୫ % ପ୍ରକାଶିତ ଫଳରୁ ଜଣାପଡିଛି ।ଜିଲ୍ଲାରେ ମୋଟ ୧୨୬ ଟି ଉଚ୍ଚ ବିଦ୍ୟାଳୟରୁ ୯୦୩୫ ପରୀକ୍ଷାର୍ଥୀ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଫର୍ମ ପୁରଣ କରିଥିବାବେଳେ ସେଥିରୁ ୮୦ ଜଣ ଛାତ୍ରଛାତ୍ରୀ ବାଦ ପଡ଼ିଥିଲେ । ସେଥିମଧ୍ୟରୁ ସର୍ବମୋଟ ୮୭୪୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।ଜିଲ୍ଲାରେ ମୋଟ ୨୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡ ପାଇଥିବାବେଳେ ଏ-୨ ଗ୍ରେଡ ୨୭୧ ଜଣ,ବି-୧ ଗ୍ରେଡ ୬୩୬ ଜଣ,ବି-୨ ଗ୍ରେଡ ୧୧୩୫ ଜଣ,ସି ଗ୍ରେଡ ୧୭୧୦ ଜଣ,ଡି ଗ୍ରେଡ ୨୨୨୯ ଜଣ,ଇ ଗ୍ରେଡ ୨୭୨୯ ଜଣ ଏବଂ ଏଫ ଗ୍ରେଡ ୨୧୭ ଜଣ ଛାତ୍ରଛାତ୍ରୀ ପାଇଥିବା ପ୍ରକାଶିତ ପରୀକ୍ଷା ଫଳ ଅନୁସାରେ ଜଣାପଡିଛି ।ଚଳିତ ବର୍ଷ ଜିଲ୍ଲାରେ ମୋଟ ୪୪୩୧ ଜଣ ଛାତ୍ରୀ ଏବଂ ୪୩୧୦ ଜଣ ଛାତ୍ର କୃତକାର୍ଯ୍ୟ ହୋଇ ଛାତ୍ରମାନଙ୍କୁ ପଛରେ ପକାଇ ଛାତ୍ରୀମାନେ ଆଗରେ ରହିଛନ୍ତି ।ତେବେ ଜିଲ୍ଲାରେ ୨୨ ଜଣ ଏ-୧ ଗ୍ରେଡ ନମ୍ବର ପାଇଥିବା ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲର ଛାତ୍ର ଶ୍ରୀମାନ ଋଷିକେଶ ପଣ୍ଡା ସର୍ବୋଚ୍ଚ ୫୬୧ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି ।

Comments (0)
Add Comment