ଟୀକାକରଣ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ଗ୍ରାମ ପଂଚାୟତ ଅନ୍ତର୍ଗତ ତେନ୍ତୁଳିମହଦା ଗାଁ କଲ୍ୟାଣ ସମିତି ତରଫରୁ କୋଭିଡ -19 ଟୀକାକରଣ ସଚେତନତା ରାଲି କରାଯାଇଥିଲା l ପଞ୍ଚାନନ ସେଠି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ କର୍ମୀ ପ୍ରତିମା କୁଅଁର , ସୌମିତ୍ରୀ କୁମାର ପଣ୍ଡା, ଆଶାକର୍ମୀ ହୀରାବତୀ ବିଶ୍ୱାଳ, ଅବାହିକା ପଙ୍କଜିନୀ ପାଣିଗ୍ରାହୀ, ଅଙ୍ଗନବାଡି କର୍ମୀ ମାମିନା ମିଶ୍ର, ସୁଲୋଚନା ସେଠି ପ୍ରମୁଖ ଅଂଶ ଗ୍ରହଣ କରି ଗ୍ରାମ ର ଜନସାଧାରଣ ଙ୍କୁ କରୋନା କୁ ହରାଇବାକୁ ହେଲେ ସତର୍କତା ହିଁ ମୂଳ ଚିକିତ୍ସା ଓ ସମୟ ଅନୁଯାୟୀ ଭୟଭୀତ ନ ହୋଇ ଟୀକା ନେବା କୁ ଗ୍ରାମ୍ୟ ପରିକ୍ରମା ସହ ମେଗାଫୋନ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଥିଲା l ଶେଷରେ ଗାଁ ସ୍ୱାସ୍ଥ୍ୟ ସଂଯୋଜକ ଅକ୍ରୁର ନାଏକ ଧନ୍ୟବାଦ ଦେଇଥିଲେ l

Comments (0)
Add Comment