ପାତାଳୀ କ୍ଷେତ୍ର କୁ ପରିଦର୍ଶନ କଲେ ସୁବର୍ଣ୍ଣ ପୁର

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ର ଅନନ୍ୟ ପର୍ଯ୍ୟଟନ ସ୍ଥଳି ପାତାଳୀ ଶ୍ରୀ କ୍ଷେତ୍ର କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରଭଣେ ପରିଦର୍ଶନ କରିଛନ୍ତି ।ପାତାଳୀ ଟ୍ରଷ୍ଟ ର ସଦସ୍ୟ ମାନଙ୍କ ଦ୍ବାରା ସ୍ବାଗତ ସମ୍ବଦ୍ଧନା ପରେ ଆଡପ ମଣ୍ଡପ ରେ ପ୍ରଭୁଙ୍କ ଦର୍ଶନ କରିଥିଲେ ।ପରେ ପାତାଳୀ କ୍ଷେତ୍ର ର ଆନୁଷଙ୍ଗିକ ସୁବିଧା ଓ ଅସୁବିଧା ବିଷୟରେ ପାତଳୀ ଟ୍ରଷ୍ଟ ର ସଦସ୍ୟ ଙ୍କ ସହ ଆଲୋଚନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପିଡି ଡିଆରଡିଏ ଡୋଲାମଣି ପଟେଲ, ବିଡିଓ ହେମ୍ ସାଗର ଭୋଇ ଓ ପାତାଳୀ ଟ୍ରଷ୍ଟ ର ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ ମୂଲକ କାର୍ଯ୍ୟ ସହ ରୋପ ୱେ ପ୍ରକଳ୍ପ ସ୍ଥଳ ବୁଲି ଦେଇଥିଲେ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Comments (0)
Add Comment