ବିଶ୍ୱ ଜନ ସଂଖ୍ୟା ପକ୍ଷ ୨୦୨୧ ପାଳନ

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧିନସ୍ଥ ମୁର୍ଷୁଣ୍ଢୀ ଗ୍ରାମ ପଂଚାୟତ ର ତେଲିମୁଣ୍ଡା ଅଙ୍ଗନବାଡି କେନ୍ଦ୍ର ପରିସରରେ ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମ ର ମହିଳା ମାନଙ୍କୁ ନେଇ ବିଶ୍ୱ ଜନସଂଖ୍ୟା ପକ୍ଷ -2021 ପାଳନ ହୋଇଯାଇଛି l ଗୀତା ଜଗଦଳା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମହିଳା ସ୍ୱାସ୍ଥ୍ୟ କର୍ମୀ ସୁର ଶୈବାଲିନି ହୋତା, ସ୍ୱାସ୍ଥ୍ୟ କର୍ମୀ ସରୋଜ କୁମାର ସାହୁ, ଅବାହିକା ସୁଦେଷ୍ଣା ମିଶ୍ର, ଆଶା କର୍ମୀ ଯlଜ୍ଞସେନୀ ସାହୁ, ଗାଁ ସ୍ୱାସ୍ଥ୍ୟ ସମୀକ୍ଷା ସଂଯୋଜକ ଅକ୍ରୁର ନାଏକ ପ୍ରମୁଖ ଉପସ୍ଥିତ ଥିଲେ l ଉପସ୍ଥିତ ମହିଳା ମାନଙ୍କୁ ସରକାରଙ୍କ ଦ୍ୱାରା ମିଳୁଥିବା ବିଭିନ୍ନ ସ୍ଥାୟୀ ଓ ଅସ୍ଥାୟୀ ପଦ୍ଧତି ବ୍ୟବହାର କରି କେମିତି ଛୋଟ ପରିବାର ଗଠନ କରି ସୁଖିରେ ଜୀବନ ଯାପନ କରିବା, ପରିବାର ନିୟୋଜନ ପଦ୍ଧତି ରେ ସାମିଲ ହେଲେ ମିଳୁଥିବା ପ୍ରୋତ୍ସାହନ ରାଶି ଓ ଏଥିପାଇଁ ଶାରୀରିକ ଏବଂ ମାନସିକ ସ୍ତରରେ ନିଷ୍ପତି ନେଇ ଜନସଂଖ୍ୟା ହ୍ରାସ କରିବାକୁ ସୂଚନା ପ୍ରଦାନ କରାଯାଇଥିଲା l
ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ସନ୍ତୋଷିନୀ ସାହୁ, ରୀନା ସାହୁ ଓ କୌଶଲ୍ୟା ସାହୁ ପୁରସ୍କୃତ କରାଯାଇଥିଲା ଶେଷରେ ଅଙ୍ଗନବାଡି କର୍ମୀ ଗୀତାଞ୍ଜଳି ସାହୁ ଧନ୍ୟବାଦ ଦେଇଥିଲେ l

Comments (0)
Add Comment