ଆସନ୍ତା ଲକ ଡାଉନ ସମୟରେ ପୋଲିସ ପ୍ରଶାସନର ଶୃଙ୍ଖଳାଗତ କାର୍ଯ୍ୟକଳାପ ଉପରେ ସୁନ୍ଦରଗଡ଼ ଏସପିଙ୍କ ବାର୍ତ୍ତା

ସୁନ୍ଦରଗଡ଼ : ଆସନ୍ତା ଲକ ଡାଉନ ନୀୟମକୁ ପୋଲିସ ଡିଜିପିଙ୍କ ନିର୍ଦ୍ଦେଶରେ କଡାକଡି ଭାବେ ପାଳନ କରାଯିବ । ମୁଖ୍ୟତଃ ଅର୍ବାନ ଅଞ୍ଚଳ ଭାବେ ଯାଉଥିବା ଆମର ତିନୋଟି ସ୍ଥାନ ବିରମିତ୍ରପୁର , ରାଜଗାଙ୍ଗପୁର ଓ ସୁନ୍ଦରଗଡ ଟାଉନରେ ମୋବାଇଲ ଫୋର୍ସକୁ ନେଇ ନିଜର ଉଚିତ ଦାୟିତ୍ବ ନିର୍ବାହ କରିବୁ । ଆମେ ଚାହୁଁଛୁ ଲୋକେ ଅମାନିଆ ନ ହୋଇ ନିଜସ୍ବ ଇଛ୍ଛାରେ ଘରେ ସୁକ୍ଷିତ ରୁହନ୍ତୁ । ମାର୍କେଟ ସମେତ ଅନ୍ୟାନ୍ୟ ସଂସ୍ଥା ଗୁଡିକ ମଧ୍ୟ ବନ୍ଦ ରଖାଯିବ । ଆମେ ଆଶା କରୁଛୁ ଆମ କାର୍ଯ୍ୟ ସକାସେ ଜନସାଧାରଣ ଆମକୁ ସହଯୋଗ କରିବେ । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ପ୍ଲାଣ୍ଟରୁ ଅକ୍ସିଜେନ ବାହାରକୁ ଯାଉଥିବା ସମୟରେ ସୀମା ପର୍ଯ୍ୟନ୍ତ ସେମାନଙ୍କୁ ସୁରୁଖୁରୁରେ ପହଞ୍ଚାଇବା ଆମର ଦାୟିତ୍ବ । ଜନସାଧାରଣଙ୍କ ସହଯୋଗରେ ଆମର ସହକର୍ମୀମାନେ ଉଚିତ ଭାବେ ନିଜର ଦାୟିତ୍ବ ସମ୍ପନ୍ନ କରିବେ ବୋଲି ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମତବ୍ୟକ୍ତ କରିଥିଲେ ସୁନ୍ଦରଗଡ ଏସପି ସାଗରିକା ନାଥ ।

Comments (0)
Add Comment