ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସବ

କୋଇଡା: କୋଇଡା ବ୍ଲକ୍ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଦୁଇ ଦିନ ଧରି ଗୋପବନ୍ଧୁ ପଡିଆ ଠାରେ ଚାଲୁଥିବା ଏହି କ୍ରୀଡ଼ା ଉତ୍ସବର ଉଦ୍ଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋଇଡା ପୁର୍ବତନ ସରପଞ୍ଚ ତଥା ଜିଲ୍ଲା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସନ୍ଧ୍ୟାରାଣୀ ନାଏକ ତଥା ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଧର ମାହୁନ୍ତ, ଭୀମସେନ ପାତ୍ର ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରିବା ସହ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

କ୍ରୀଡ଼ା ଉତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରେଖା ପାତ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜନାର୍ଦ୍ଦନ ଦେହୁରୀ, କୋଇଡା ବ୍ଲକ୍ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ନାଏକ, କୋଇଡା ବ୍ଲକ୍ ଶିକ୍ଷା ଅଧିକାରୀ ଅଭିମନ୍ୟୁ ବେହେରା, ଜିଲ୍ଲା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସନ୍ଧ୍ୟାରାଣୀ ନାଏକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଧର ମାହୁନ୍ତ, ଭୀମସେନ ପାତ୍ର, ବାଦଲ ବାରିକ, ପ୍ରଦୀପ କୁମାର ଦାସ ,ଅନିତା ନାଏକ ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ କ୍ରୀଡ଼ା ଜୀବନର ଏକ ଅଭିନ୍ନ ଅଙ୍ଗ ତଥା ଶିକ୍ଷା ସହ କ୍ରୀଡ଼ା ସମ୍ବନ୍ଧୀୟ ବାର୍ତ୍ତା ପ୍ରେରଣ କରି ଛାତ୍ର ଛାତ୍ରୀଙ୍କ ଶୁଭ ମନାସୀ ଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷଶିକ୍ଷକ ଶିକ୍ଷୟତ୍ରୀ ସମସ୍ତ କ୍ରୀଡ଼ା ସୁଚାରୁରୂପେ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶିବାନନ୍ଦ ମାଝୀ ଏବଂ ଭାଗିରଥି ନାୟକ ମଞ୍ଚ ପରିଚାଳନା କରିଥିଲେ ।

Comments (0)
Add Comment