ମାଛ ବଜାରରେ ଚଢ଼ାଉ ୬୦ କେ ଜିରୁ ଉର୍ଦ୍ଧ୍ବ ମାଛ ଜବତ

କରୋନା ସମୟରେ ସବୁଆଡେ ଲକଡାଉନ ସଟଡାଉନ ଚାଲିଥିବା ବେଳେ ଛେଣ୍ଡ ଅଞ୍ଚଳରେ ଥିବା ଚିନ୍ମୟ ବିଦ୍ୟାଳୟ ଛକରେ ଲୁଚା ଚୋରାରେ ମାଛ ବିକ୍ରି ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ରାଉରକେଲା ସ୍ଥିତ ଆରଏମସିର ମାର୍କେଟିଙ୍ଗ ବିଭାଗର କର୍ମଚାରୀ ଗଣ ଅତର୍କିତ ଭାବେ ଚଢାଉ କରି ଉକ୍ତ ମାଛ ଦୋକାନରୁ ୬୦ କେ ଜି ରୁ ଉର୍ଦ୍ଧ୍ବ ମାଛ ଜବତ କରିବା ସହ ଦୋକାନକୁ ସିଲ୍ କରିଦେଇଥିଲେ । ଆରଏମସି କର୍ମଚାରୀ ରେଡ କଲା ବେଳକୁ ସ୍ଥାନୀୟ ଜନସାଧାରଣ ମାଛ କଟେଇକି ନେଉଥିଲେ ଏବଂ ଆସନ୍ତା କାଲି ବିକ୍ରି କରିବା ପାଇଁ ମଧ୍ୟ ଅଧିକ ମାଛ ବରଫ ଦେଇ ରଖିଥିଲା ମାଛ ଦୋକାନୀ ବୋଲି ଆରଏମସିର ବରିଷ୍ଠ କର୍ମଚାରୀ ମତବ୍ୟକ୍ତ କରିଥିଲେ । କିଛି ଟା ଅଧିକ ଟଙ୍କା ଲାଭ କରିବା ପାଇଁ ବେପାର କରିବା ସକାସେ ଚୋରା ବେପାରୀ ମାନେ ଲକଡାଉନ ଓ ସଟଡାଉନକୁ ସଂପୂର୍ଣ୍ଣ ବେଖାତିର କରି ନିଜର ବେପାର ଜାରି ରଖିଥିବାରୁ ନିଜେ ହଇରାଣରେ ପଡୁଛନ୍ତି ।

Comments (0)
Add Comment