ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର କରି ଜଣେ ଗିରଫ

ସୁନ୍ଦରଗଡ଼ ( କୋଶଲ୍ ନ୍ୟୁଜ ): କରୋନା କଟକଣାକୁ ଗୁରୁତ୍ବ ଦେଇ ସଂକ୍ରମଣର ବିରାଟ ରୂପକୁ ଦେଖି ଲୋକେ ଭୟ ପାଉଥିବା ବେଳେ ଏକ ଅଭାବନୀୟ ବାର୍ତ୍ତା ପ୍ରଚାର ଯୋଗୁଁ ଜନୈକ ବ୍ୟକ୍ତି ଗିରଫ ହୋଇଛି । ରାଉରକେଲା ସହରର ଜଣେ ବ୍ୟକ୍ତି ସାମାଜିକ ଗଣ ମାଧ୍ୟମରେ ଗୁଜବ ପ୍ରଚାର କରିଥିବା ନେଇ ଅଭିଯୋଗ ହେବା ପରେ ରାଉରକେଲା ଏସପିଙ୍କ ନିର୍ଦ୍ଦେଶରେ ଉଦିତନଗର ପୋଲିଶ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି । ପ୍ରାଥମିକ ତଦନ୍ତ ପରେ ଉକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ସାମାଜିକ ଗଣ ମାଧ୍ୟମରେ ମିଥ୍ୟା ପ୍ରଚାର କରିଥିଲେ ଯେ ଶାନ୍ତି ମେମୋରିଆଲ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଏଚ୍ ଏ ଖାନ ମୃତ ବୋଲି । ଏହି ମିଥ୍ୟା ଗୁଜବକୁ ନେଇ ଅଭିଯୋଗ ହେବା ପରେ ରାଉରକେଲା ଏସପି ମୁକେଶ କୁମାର ଭାମୋଙ୍କ ନିର୍ଦେଶରେ ଉଦିତନଗର ଥାନା ପୋଲିଶ ଗୁଜବ ପ୍ରଚାର କରିଥିବା ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments (0)
Add Comment