ଆସନ୍ତା କାଲି ଇଦ-ଉଲ-ପିତର ନେଇ ସଂଖ୍ୟା ଲଘୁ ସମ୍ପ୍ରଦାୟର ଲୋକମାନଙ୍କୁ କୋରନା ନିୟମ ମାନିବାକୁ ରାଉରକେଲା ପୋଲିସ ପକ୍ଷରୁ ଅପିଲ

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଉରକେଲା ସହର ରେଡ଼ ଜୋନରେ ରହିଛି । ଏହା ବ୍ୟତୀତ ମହାମାରୀ କରୋନା ସଂକ୍ରମଣର ଚେନରେ ରୋକ ଲଗାଯିବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪ ଦିନିଆ ଲକ୍ ଡାଉନ୍ ଭାବେ ସାରା ରାଜ୍ୟରେ କଟକଣା ଲାଗୁ କରାଯାଇଛି । ଆସନ୍ତା କାଲି ମୁସଲିମ ଧର୍ମାବଲମ୍ବୀ ମାନଙ୍କର ଇଦ-ଉଲ-ପିତର ପର୍ବ । ସେ ନେଇ ରାଉରକେଲା ପୋଲିଶ ପ୍ରଶାସନ ସହରର ଡେଲି ମାର୍କେଟ, ପ୍ଲାଣ୍ଟ ସାଇଟ ଅଞ୍ଚଳର ନାଲା ରୋଡ଼,ମହତାବ ରୋଡ଼ର ରାସ୍ତା ଉପରେ ଆଜି ସଂଖ୍ୟା ଲଘୁ ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରୋନା ନିୟମାବଳୀ ସହ ଜିଲ୍ଲା ପ୍ରଶାସନ ନିୟମକୁ ମାନିବା ସହିତ ନିଜ ନିଜ ଘରେ ରହି ପର୍ବ ପାଳନ କରିବା ପାଇଁ ଡାକ ବାଜି ଯନ୍ତ୍ର ସାହାଯ୍ୟରେ କିପରି କରୋନା ନିୟମ ଭିତରେ ନିଜର ପର୍ବ ପାଳନ କରିବେ ସେ ବିସୟରେ ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କୁ ପୋଲିଶ ଅନୁରୋଧ କରିଥିଲା ।

Comments (0)
Add Comment