ଜୁଆ ଆଡ୍ଡାରେ ଚଢାଉ ବେଳେ ୬ ଗିରଫ, ୫ କାର ସହ ୯୫ ହଜାର ଟଙ୍କା ଜଵତ୍

ସୁନ୍ଦରଗଡ଼ (କୋଶଲ୍ ନ୍ୟୁଜ): ସୁନ୍ଦରଗଡ଼ ଟାଉନ ପୋଲିଶ ସହରର ଶଙ୍କରା ଵାଏପାସରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଅତର୍କିତ ଭାବେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସହରର ଇକବାଲ ଖାନ, ଅଜୟ ଯାଦଵ, ସନ୍ତୋଷ ସେଠୀ, ମହେଶ ଧଳ, ପ୍ରମୋଦ ସାହୁ ଓ ଦୀପକ ଶଙ୍କରିଆ। ସେମାନଙ୍କ ଠାରୁ ନଗଦ ୯୫୫୪୦ ଟଙ୍କା ସହ ୫ଟି କାର୍, ୮ଟି ମୋବାଇଲ୍ ଓ ତାସ ଜବତ ହୋଇଛି।
ଶଙ୍କରା ଵାଏପାସ କୁନାଲ ପେଟ୍ରୋଲ ପମ୍ପ ନିକଟରେ ନିୟମିତ ଜୁଆ ଖେଳ ଚାଲିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଶନିବାର ଦିନ ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶ ଓ ଏସଡିପିଓ ମଧୁସିକ୍ତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଟାଉନ ପୋଲିଶର ଏକ ଦଳ ଚଢାଉ କରିଥିଲା। ସମସ୍ତ ଜୁଆଡି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments (0)
Add Comment