ସୁନ୍ଦରଗଡ ଜିଲ୍ଲା ଧରୁଆ ଡିହି ଥାନା ଅନ୍ତର୍ଗତ ମଝାପଡା ତେଲିମାଲରେ ଅଚାନକ ବଜ୍ରପାତ ,ଜଣେ ଯୁବକ ମୃତ

ସୁନ୍ଦରଗଡ଼ (କୋଶଲ୍ ନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ମଝାପଡା ତେଲିମାଲରେ ବଜ୍ରପାତ । ବଜ୍ରପାତରେ ସନାତନ ହେମ୍ବ୍ରମ ନାମକ ଜଣେ ୨୨ ବର୍ଷ ବୟସ୍କ ଯୁବକର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଆଜି ଦିନ ଦ୍ୱିପ୍ରହର ପ୍ରାୟ ଅଢେଇଟା ସମୟରେ ଏହି ଘଟଣା ଘଟିଛି । ଅଚାନକ ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା । ମୃତ ଯୁବକ ଜଣଙ୍କ ପାଖରେ ଥିବା ପୋଖରୀ କୂଳରେ ଠିଆ ହୋଇଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି । ପରିବାର ଓ ଗ୍ରାମବାସୀ ସଂପୃକ୍ତ ଯୁବକଙ୍କୁ ଏକ ଖଟିଆରେ ବୋହି ମଝାପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘଷୋଣା କରିବା ସହ ଏ ନେଇ ଧରୁଆ ଡିହି ଥାନାକୁ ସୂଚିତ କରିଥିଲେ । ସ୍ଥାନୀୟ ସରପଞ୍ଚ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବା ନେଇ ନିବେଦନ କରିଛନ୍ତି ।

Comments (0)
Add Comment