ସୁନ୍ଦରଗଡ଼ ସାଂସଦ କୋଭିଡ୍ ଚିକିତ୍ସାଳୟ ସବୁ ଯାଞ୍ଚ କରିବା ସହ ସମୀକ୍ଷା ବୈଠକ କରିଥିଲେ

ସୁନ୍ଦରଗଡ଼ ( କୋଶଲ୍ ନ୍ୟୁଜ): ରାଉରକେଲାରେ କରୋନା ମହାମାରୀରେ ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବଢୁ ଥିବା ବେଳେ ଏହାର ଚିକିତ୍ସା ଓ ଅନ୍ୟାନ୍ୟ ବ୍ୟବସ୍ଥା ସବୁ କେମିତି ଅଛି ଯାଞ୍ଚ କରିବାକୁ ଆଜି ମାନ୍ୟବର ସାଂସଦ ଜୁଏଲ ଓରାମ ମହାନଗର ନିଗମ ଅନ୍ତର୍ଗତ ସେକ୍ଟର–୩ ର ବି–୩୩ , ଆଇଜିଏଚ ସୁପର ସ୍ପେସାଲିଟି ହସ୍ପିଟାଲ , ଶାନ୍ତି ମେମୋରିଆଲ , ହାଇଟେକ ଓ ଜେପି ହସ୍ୟପିଟାଲକୁ ଯାଇ କରୋନା ରୋଗୀଙ୍କ ସ୍ଥିତି ବିଷୟରେ ଯାଞ୍ଚ କରିଥିଲେ । ସମସ୍ତ କୋଭିଡ୍ ହସ୍ପିଟାଲ ଯାଞ୍ଚ ପରେ ଏକ ସମୀକ୍ଷା ବୈଠକ ମଧ୍ୟ ବସିଥିଲା । ଏହି ବୈଠକରେ ମହାମାରୀ କୋଭିଡ୍ ସଂକ୍ରମଣ ସହିତ ଯୁଝୁଥିବା ଲୋକଙ୍କୁ କିପରି ଉଚିତ ଚିକିତ୍ସା ମିଳିପାରିବ , ଅମ୍ଳଜାନ ଗ୍ୟାସର ଅସୁବିଧା ନ ହେବ ସେ ବିଷୟରେ ବିଷଦ ଭାବେ ଆଲୋଚନା ହୋଇଥିଲା । ଏହି ସମୀକ୍ଷା ବୈଠକରେ ସହରର ବରିଷ୍ଠ ଅଧିକାରୀଗଣ ଯୋଗ ଦେଇଥିଲେ ।

Comments (0)
Add Comment