ଆରଏମସି ଚଢ଼ାଉ କରି ମଟ୍ଟନ୍ ଓ ମାଛ ଜବତ କରିବା ସହ ଦୋକାନ ସିଲ୍ କଲା

ସୁନ୍ଦରଗଡ଼ (କୋଶଲ୍ ନ୍ୟୁଜ): ରାଉରକେଲା ସହରରେ ସଟ ଡାଉନ କଟକଣା ଲାଗୁ ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳର ଚାଲିଥିଲା ଚୋରାରେ ବେପାର ୫୦ କିଲୋ ମାଛ , ୪୦ କୁଇଣ୍ଟାଲ ମଟନ ଜବତ କରିବା ସହ ଚଢ଼ାଉ କରିଛି ଆରଏମସି । କରୋନା ସମୟରେ ସବୁଆଡେ ଲକଡାଉନ ସଟଡାଉନ ଚାଲିଥିବା ବେଳେ ସହରର ମୁଖ୍ୟ ମାର୍କେଟ କୁହାଯାଉଥିବା ଡେଲି ମାର୍କେଟ, ମହତାବ ରୋଡ଼ ଅଞ୍ଚଳରେ ଥିବା ଚିନ୍ମୟ ବିଦ୍ୟାଳୟ ନିକଟରେ ଲୁଚା ଚୋରାରେ ମାଛ ଓ ମଟ୍ଟନ୍ ବିକ୍ରି ହେଉଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ରାଉରକେଲା ସ୍ଥିତ ଆରଏମସିର ମାର୍କେଟିଙ୍ଗ ବିଭାଗର କର୍ମଚାରୀ ଗଣ ଅତର୍କିତ ଭାବେ ଚଢାଉ କରି ଉକ୍ତ ମାଛ ଦୋକାନରୁ ୫୦ କେଜି ମାଛ ଏବଂ ୪୦ କୁଇଣ୍ଟାଲ ମଟ୍ଟନ୍ ଜବତ କରିବା ସହ ଦୋକାନକୁ ସିଲ୍ କରାଯାଇଥିଲା । ଆରଏମସି କର୍ମଚାରୀ ରେଡ କଲା ବେଳକୁ ସ୍ଥାନୀୟ ଜନସାଧାରଣ ମାଛ କଟେଇକି ନେଉଥିଲେ ଏବଂ ଆସନ୍ତା କାଲି ବିକ୍ରି କରିବା ପାଇଁ ମଧ୍ୟ ଅଧିକ ମାଛ ରଖିଥିଲା ମାଛ ଦୋକାନୀ ବୋଲି ଆରଏମସିର ବରିଷ୍ଠ କର୍ମଚାରୀ ମତବ୍ୟକ୍ତ କରିଥିଲେ । କିଛି ଟା ଅଧିକ ଟଙ୍କା ଲାଭ କରିବା ପାଇଁ ବେପାର କରିବା ସକାସେ ଚୋରା ବେପାରୀ ମାନେ ଲକଡାଉନ ଓ ସଟଡାଉନକୁ ସଂପୂର୍ଣ୍ଣ ବେଖାତିର କରି ନିଜର ବେପାର ଜାରି ରଖିଥିବାରୁ ନିଜେ ହଇରାଣରେ ପଡୁଛନ୍ତି ।

Comments (0)
Add Comment