ମୁନିଗୁଡା ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ନିୟମଗିରି ରେ ଡଙ୍ଗରିଆ ଜନଜାତିଙ୍କୁ ମାକ୍ସ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରି କରୋନା ସଚେତନତା କରାଇଥିଲେ।

କୋଶଲ ନ୍ୟୁଜ୍ : ମୁନିଗୁଡା -କରୋନାର ଦ୍ବିତୀୟ ଲହରୀର କରାଳ ପ୍ରକୋପରେ ,ସାଧାରଣରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଵାଵେଳେ ରାୟଗଡା ଜିଲ୍ଲାର ମୁନିଗୁଡା ଵ୍ଲକ ମୁନିଖୋଲ ପଞ୍ଚାୟତର ନିୟମଗିରି ପାହାଡ ଉପରେ ଥିବା ଡଙ୍ଗରୀଆ ଜନଜାତିମାନଙ୍କର ଅଭାଵି ଜୀଵନ ଜୀଵିକା ର ଅଧପତନ ଘଟି ଥିବା ନେଇ ଡଙ୍ଗରିଆ ଜନଜାତିଙ୍କ ଠାରୁ ଶୁଣିବାକୁ ମିଳିଛି । ଏପରି ଅଭାବନୀୟ ପରିସ୍ଥିତିକୁ ଦେଖି ମୁନୀଗୁଡା ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜର ଶ୍ରୀ ଦିଲିପ୍ ଚୌଵେ ଙ୍କୁ ଏ ହି ସମ୍ଵେ ଦନ ଶୀଳ ଅଭାଵ ଅସହ୍ୟ ହୋଇପଡିଥିଲା। ଫଳରେ ମ୍ୟାନେଜର ନିଜେ ସାଥିରେ ଡିବିଏମ ଶ୍ରୀ ରଶ୍ମିରଞ୍ଜନ ମିଶ୍ର, କ୍ୟାସିଅର ଶ୍ରୀ ନୃସିହ ପଣ୍ଡା /ନିଳାଞ୍ଚଳ ସାହୁ, ଶିବ ପଟେଲ, ଭୋଳେଶ୍ଵର ନାୟକ, ଚୂଲେଶ୍ବର, ଵିଷ୍ଣୁ ପ୍ରମୁଖଙ୍କ ସହଯୋଗରେ ନିୟମଗିରି ପାହାଡରେ ଥିବା ବଣ୍ଡା ଗ୍ରାମ କୁ ଯାଇ ଡଙ୍ଗରିଆ ଜନଜାତିଙ୍କୁ କରୋନା ସଙ୍କ୍ରମିତରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିଥିଲେ।

ସେଠାରେ ମାକ୍ସ ଓ ଖାଦ୍ୟ ସାମଗ୍ରୀ ଵାଣ୍ଟିବା ସହ ସାଵୁନରେ ବାରମ୍ଵାର ହାତ ଧୋଇବା, ଜରୁରୀ ନଥିଲେ ବାହାରକୁ ନ ଯିଵା, ମାସ୍କ ଵାନ୍ଧିବା, ଦଶଫୁଟ ଦୂରତା ବଜାଇ ରଖିବାକୁ ବ୍ରାଞ୍ଚ ମ୍ୟାନେଜର ଡଙ୍ଗରିଆ ଜନଜାତିଙ୍କୁ ବୁଝାଇଥିଲେ। ଏତଦ୍ ବ୍ୟତୀତ ନିଉହୋପରେ ରହୁଥିଵା ଦିଵ୍ୟାଙ୍ଗମାନଙ୍କୁ ମାସ୍କ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ବ୍ୟାଙ୍କ ମ୍ୟାନେଜରଙ୍କର ଏ ଦୁର୍ଦିନ ସମୟରେ ଵ୍ୟାଙ୍କ ତରଫରୁ ଯେପରି ବଦାନ୍ୟତା ଦେଖାଇ ଅଛନ୍ତି ତାହା ସାଧାରଣରେ ସାଧୁବାଦ ଜଣାଇଛନ୍ତି।

Comments (0)
Add Comment