ଆଜିର ରେକର୍ଡ ସଂଖ୍ୟକ ପୋଜିଟିଭ ସୁନ୍ଦରଗଡ ଜିଲ୍ଲାରେ , ସର୍ବାଧିକ ଗୋଟିଏ ଦିନରେ ୧୧୦୦

କରୋନା କରୁଛି କିଳା , ଏଣେ ବୁଡିଲାଣି ସଭିଙ୍କ ଭେଳା । ଆଉ ଅମାନିଆ ହୁଅନା , ମାଡି ଚାଲିଛି କରୋନା । ଆଜ୍ଞା ହଁ କରୋନା ମହାମାରୀ ସଂକ୍ରମଣ ତାର ଦ୍ବିତୀୟ ଲହରୀରେ ଏଭଳି ମାରାତ୍ମକ ଖେଳ ଖେଳୁଛି ଯଦ୍ବାରା ଅନାୟାସରେ ଝଡି ପଡୁଛି କେତେକ ଅମୂଲ୍ୟ ଜୀବନ । ସରକାରୀ ସ୍ଥରରେ ଯେତେ କଟକଣା ଲଗାଇଲେ ବି ରୋଡ ରୋମିଓ ଓ ଅମାନିଆଙ୍କ ଯୋଗୁଁ କ୍ଷୀପ୍ର ଗତିରେ ତାର ପ୍ରଭାବ ବିସ୍ତାର କରୁଛି କରୋନା । ଜନସାଧାରଣଙ୍କୁ ଯେତେ ବୁଝାଇଲେ ବି ଦାସେ ଆଇଲେ ମୂଳରୁ ଗା ନିତୀରେ ଚଳ ପ୍ରଚଳ ହେଉଥିବା ବେଳେ ମହାମାରୀ ମଧ୍ୟ ଜନ ସଂଖ୍ୟା କମାଇବାରେ ତିଳେ ମାତ୍ର ଡେରି କରୁନି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଘୋଷିତ ହୋଇଥିବା ଜିଲ୍ଲା ଓ୍ବାରୀ ପୋଜିଟିଭ ସଂଖ୍ୟାରେ ଆଜିର ଗୋଟିଏ ଦିନରେ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୧୧୦୦ ଜଣ ପୋଜିଟିଭ ହୋଇଥିବା ଜଣାପଡିଛି । ତେବେ ସରକାର ଓ ଜିଲ୍ଲା ପ୍ରଶାସନର ଏତେ ସବୁ ବ୍ୟବସ୍ତା କ`ଣ କୌଣସି କାର୍ଯ୍ୟରେ ଆସୁନି । ସାନିଟାଇଜର ବ୍ୟବହାର କରିବା , ସଙ୍ଗରୋଧରେ ରହିବା , ସାମାଜିକ ଦୂରତା ବଜାୟ ରଖିବା , ମାସ୍କ ପିନ୍ଧିବା ଇଦ୍ୟାଦି ଘୋଷଣା ନାମା ସହିତ ସଚେତନତା ସବୁ କଣ ପାଣିର ଗାର ହୋଇଯାଉଛି । କାହିଁକି ଲୋକେ ଅମାନିଆ ହୋଇ ନିଜର ନିଜ ପରିବାରର ଓ ବନ୍ଧୁ ପରିଜନଙ୍କ ପ୍ରତି ବିପଦ ଡାକି ଆଣୁଛନ୍ତି । ଯଦି ସରକାରୀ ନୀୟମ ଓ ଘୋଷଣା ନାମା ପ୍ରତି ଜନମଞ୍ଚ ତିଳେମାତ୍ର ଚିନ୍ତା କରନ୍ତା ତେବେ ଅନାୟାସରେ ଏ ମହାମାରୀ ରୂପକ ବିପଦକୁ ପ୍ରତିହତ କରି ହୁଅନ୍ତା । ଘରେ ରୁହ , ସୁରକ୍ଷିତ ରୁହ , ପରିବାର ବଞ୍ଚାଅ ।

Comments (0)
Add Comment