ସୁନ୍ଦରଗଡ ଜିଲ୍ଲାରେ ମାତିଲା କରୋନା , ଆଜି ଗୋଟିଏ ଦିନରେ ଜିଲ୍ଲାର ପୋଜିଟିଭ ସଂଖ୍ୟ ୨୨୭୩ ରେ ପହଞ୍ଚିଛି

ସବୁ ସୀମା ଡେଇଁଗଲା ଆଜି କରୋନାର ଦ୍ବିତୀୟ ଲହରୀର ପ୍ରଭାବ । ଏକ ପ୍ରକାର ଆତଙ୍କ ଖେଳିଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ସବୁଠାରୁ ବେଶୀ ପ୍ରଭାବ ରାଉରକେଲା ସହରରେ ପଡୁ ଥିବାର ଆଶଙ୍କା କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଗ୍ରାଫ୍‌ ଏବେ ଉପର ମୁହାଁ ହୋଇଛି। କିଛିଦିନ ହେବ ଦୈନିକ ସଂକ୍ରମଣ ଏକ ହଜାରେ ଉପରେ ରହୁଥବା ବେଳେ ଗତ ୨୪ ଘଣ୍ଟାରେ ଏହା ଲମ୍ବ ଡିଆଁ ମାରି ଦୁଇଗୁଣରେ ପହଞ୍ଚିଛି। ଅର୍ଥାତ୍‌ ଆଜି ଜିଲାରୁ ୨୦୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲକ୍‌ଡାଉନ୍‌, ଶଟ୍‌ଡାଉନ ଓ ନାଇଟ କର୍ଫ୍ୟୁ ଜାରି ରହିଥିବା ସତ୍ତ୍ୱେ କରୋନା ସ୍ଥିତି ଅସମ୍ଭାଳ ହେଇ ପଡ଼ିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

Comments (0)
Add Comment