ବୌଦ୍ଧ(କୋଶଲ ନ୍ୟୁଜ୍):-ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ମନମୁଣ୍ଡା ଅଂଚଳ ରେ ଘରୋଇ କଳହର କରୁଣ ପରିଣତି।ଭାଉଜ କୁ ଭୁଜାଲି ରେ ହାଣି ହତ୍ୟା କଲା ଦିଅର । ହତ୍ୟା ପରେ ମନମୁଣ୍ଡା ଥାନାରେ ଦିଅର ର ଆତ୍ମସମର୍ପଣ । ମନମୁଣ୍ଡା ଇଲେକ୍ଟ୍ରି ଅଫିସ ନିକଟରେ ଅଘଟଣ । ମୃତକ ଭାଉଜ ସୋଭାଗିନି ସାହୁ । ହତ୍ୟାକାରୀ ଦିଅର ବଲ୍ଲଭ ସାହୁ । ପାରିବାରିକ କଳହ ରୁ ହତ୍ୟା ସନ୍ଦେହ । ମନମୁଣ୍ଡା ପୋଲିସ ର ତଦନ୍ତ ଜାରି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମନମୁଣ୍ଡା ସହର ବିଦ୍ୟୁତ୍ କାର୍ଯ୍ୟାଳୟ ପାର୍ଶ୍ଵରେ ଥିବା ଧ୍ରୁବ ଚରଣ ସାହୁ ଙ୍କ ପତ୍ନୀ ସୋଭାଗିନି ସାହୁ (୫୨) ଙ୍କୁ ଘରେ ଏକୁଟିଆ ଥିବା ଦେଖି ଦିଅର ବଲ୍ଲଭ ସାହୁ ଅତି ନିର୍ମମ ଭାବେ ଏକ ଖଣ୍ଡା ସାହାଯ୍ୟରେ ହତ୍ୟା କରିଥିବା ଜଣା ପଡ଼ିଛି। ନିଜେ ହତ୍ୟାକାରୀ ବଲ୍ଲଭ (୫୫)ମନମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଛି। ମୃତକ ଶୋଭାଗିନି ସାହୁଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ। ଅନ୍ୟପଟେ ଅଭିଯୁକ୍ତ ବଲ୍ଲଭକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ବୌଦ୍ଧ ଜିଲ୍ଲା ପ୍ରତିନିଧି କୃପା ସିନ୍ଧୁ ସୁନା ଙ୍କ ରିପୋର୍ଟ l