ଆଜିଠାରୁ ରାଉରକେଲା ସହରର ୮ଟି ସ୍ଥାନରେ ଆରମ୍ଭ ହେଲା ଟୀକାକରଣ

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ଆଜିଠାରୁ ସହରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଟିକା କେନ୍ଦ୍ରରେ ଟିକା ଦିଆଯିବାର ଶୁଭାରମ୍ଭ ହୋଇଛି । ଲୋକେ ସମୟ ପୂର୍ବରୁ ନିଜ ନିଜ ରେଜିଷ୍ଟ୍ରେସନ ମେସେଜ ଅନୁସାରେ ଚିକିତ୍ସାଳୟରେ ସାମାଜିକ ଦୂରତା ରକ୍ଷା କରି ଧାଡ଼ିରେ ଛିଡ଼ା ହୋଇ ଟିକା ନେଉଥିବା ପରିଲକ୍ଷିତ ହୋଇଥିଲା । ଆଜିଠାରୁ ସହରରେ ୬ଟି କେନ୍ଦ୍ରରେ ଭେକସିନ ଟିକା ଦିଆଯାଉଛି । ତେବେ ଏହି କାର୍ଯ୍ୟକ୍ଷମ କେନ୍ଦ୍ର ଗୁଡିକ ଆଇଜିଏଚ୍ , ଆରଜିଏଚ୍ , ପୋଲିଶ ହସ୍ପିଟାଲ , ୟୂସିଏନସି ପାନପୋଷ , ଇଏସ୍ଆଇ ହସ୍ପିଟାଲ , ସେକ୍ଟର-୬ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର , ରେଳବାଇ ହସ୍ପିଟାଲ ବନ୍ଧମୁଣ୍ଡା ଓ ସେଲ ହେଲଥ ସେଣ୍ଟର ଫର୍ଟିଲାଇଜର ଟାଉନ୍ ସିପ ବୋଲି ଜଣାପଡିଛି । ଏହି ଟିକା କରଣ ସମୟରେ ଆରଏମସିଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ପୋଲିଶ ପ୍ରଶାସନ ମଧ୍ୟ ସମସ୍ତ କେନ୍ଦ୍ର ବୁଲି ଶାନ୍ତି ଶୃଙ୍ଖଳାର ଯାଞ୍ଚ କରିବା ସହ ଭଲ ମନ୍ଦ ବିଚାର କରୁଥିବା ଦେଖାଯାଇଛି । ଆଗାମୀ ଦିନରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ସମସ୍ତେ ଟିକା ନେବେ ବୋଲି ଆରଏମସି ମତବ୍ୟକ୍ତ କରିଥିଲେ । ସହର ପ୍ରଶାସନର ଏହି ନୂତନ ଟିକା କରଣର ବ୍ୟବସ୍ଥା ଯୋଗୁଁ ସହର ବାସୀ ସରଳ ଭାବରେ ନିଜ ନିଜ ଅଞ୍ଚଳରେ ଟିକା ନେଇ ପାରୁଛନ୍ତି । ପୂର୍ବରୁ ଗୋଟିଏ ସ୍ଥାନରେ ଟିକା ଦିଆଯାଉଥିବା ବେଳେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡୁଥିଲା । ଟିକା ନେଇ ସାରିବା ପରେ ଲୋକେ କହୁଛନ୍ତି ଭଲ ଭାବରେ ଟିକା ଦିଆଯାଉଛି । ଆପଣମାନେ ବି ଆସି ନିଜ ନିଜ ପାଖ କେନ୍ଦ୍ରରୁ ଯଥାଶୀଘ୍ର ଟିକା ନିଅନ୍ତୁ । ତେବେ ଆରଏମସି ଓ ଜିଲ୍ଲାପାଳ କହିଛନ୍ତି ପ୍ରତ୍ୟେକ କେନ୍ଦ୍ରକୁ ୫୦୦ ସ୍ଲଟ୍ ଟିକା ଦିଆଯାଇଛି ।

Comments (0)
Add Comment