ସାପ୍ତାହିକ ହାଟରେ ପୋଲିସ କରିଲା ଯୋରିମାନା ଆଦାୟ

ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକର ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲରେ ସାପ୍ତାହିକ ହାଟରେ ବସିଥିଲା। ସେଠାକୁ ବାହାରୁ ଆସିଥିବା ଉଠା ବେପାରୀ ମାନେ କରୋନାକୁ ଖାତିର ନକରି ସାମାଜିକ ଦୂରତା କୁ ମାନି ନ ଥିବାରୁ ରାଏବଗା ଥାନା ଅଧିକାରିଣୀ ହାରାମଣି ଵାସ୍କେଙ୍କ ନିର୍ଦ୍ଦେଶରେ ଗୋଲଖ ଚନ୍ଦ୍ରା ସେନାପତି ଓ ଆର ଆଇ ହରି ବେକଙ୍କ ସହିତ ମିଶି ତାଙ୍କ ସହଯୋଗୀ ମାନେ ବାହାରୁ ଆସିଥିବା ଉଠା ବେପାରୀଙ୍କ ଠାରୁ ଜଣକା ୫୦୦ ଲେଖାଏଁ ଫାଇନ କରିଥିଲେ ।
ସାତ ଜଣଙ୍କୁ ମିଶାଇ ସର୍ବମୋଟ ୩୫୦୦ ଶହ ଯୋରିମାନା ଆଦାୟ କରାଯାଇଥିଲା ।

Comments (0)
Add Comment