ଇଟା ଭାଟି ରେ ଶ୍ରମିକ ଙ୍କୁ ନିସ୍ତୁକ ମାଡ଼

କରୋନା ଭାଇରସ ଭାରତ ବର୍ଷରେ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଲକଡାଉନ ଏବଂ ସଟ ଡାଉନ୍ ପାଇଁ ଶ୍ରମିକ ମାନଙ୍କୁ କୌଣସି ପ୍ରକାର କାମ ନ ମିଳିବାରୁ ପରିବାର ପ୍ରତିପୋଷଣ ପାଇଁ ଶ୍ରମିକ ମାନେ ବାଧ୍ୟ ହୋଇ ହାଇଦ୍ରାବାଦ ଇଟା ବନେଇ ବା ପାଇଁ ଯାଇଥିଲେ ।ନୂଆପଡା ଜିଲ୍ଲା ଖରିଆର ବ୍ଲକ ରହେନପଦର 12 ଜଣ ଶ୍ରମିକ ଫସି ରହିଛନ୍ତି।ରାମବନ୍ତ ତାଣ୍ଡି ନାମକ ଜଣେ ଶ୍ରମିକ ଜ୍ଵର ହୋଇଥିବା ରୁ ସେ ଦିନେ କାମ କରିବା ପାଇଁ ଯାଇ ନଥିଲେ ଫଳରେ ଇଟା ଭାଟି ମାଲିକ ଆସି ପଚାରିଲା କାହିଁ କାମ ନଗଲୁ ବୋଲି ପଚାରିଲା ଶ୍ରମିକ କହିଲା ସାର ମତେ ଜ୍ଵର ହୋଇଛି ବୋଲି କହିବାରୁ ମଧ୍ୟ ଇଟା ଭାଟି ମାଲିକ ନିସ୍ତୁକ ମାଡ଼ ମାରିଥିବା ଅଭିଯାଗ ହୋଇଛି ଫଳରେ ସମସ୍ତ ଶ୍ରମିକ ଏକଜୁଟ ହୋଇ ଥାନାରେ ଏତଲା ଦେବା ପାଇଁ ନିଷ୍ପତ୍ତି ନେଇ ଜୀବା ବାଟରେ ଇଟା ଭାଟି ମାଲିକ ପୋଷା ଗୁଣ୍ଡା ଲଗେଇ ଶ୍ରମିକ ମାନଙ୍କ ନିସ୍ତୁକ ମାଡ଼ ମାରିଛନ୍ତି ବୋଲି କହିଛନ୍ତି ଶ୍ରମିକ ମାନେ ।ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଜଣେଇଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିବା ଦେଖିବାକୁ ମିଳିଛି ।ଶ୍ରମିକ ମାନେ ନେହୁରା ହୋଇ କହିଛନ୍ତି ଆମକୁ ଯେମିତି ହେଲେ ମଧ୍ୟ ଆମ ଗାଁ କୁ ନେଇ ଯାଅ ବୋଲି କହିଛନ୍ତି।

Comments (0)
Add Comment