ଅକ୍ଷୟ ତୃତୀୟା , ଅକ୍ଷୀମୁଠି ଅନୁକୂଳ , ଆଜିର ଦିନଟି କୃଷକ ପାଇଁ ଆନନ୍ଦ ର ଦିନ ହିଁ ହୋଇଥାଏ

କୋଶଲ ନ୍ୟୁଜ୍ : ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନଟି କୃଷକମାନଙ୍କର ଏକ ପବିତ୍ର ଦିନ ବୋଲି କୁହାଯାଏ।

କାରଣ କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳର ଦିନ ବୋଲି ଧରାଯାଇଛି ।

ଏହି ଦିନ ଯାହାକିଛି ଅନୁକୂଳ କଲେ ତାହା ସଫଳ ହୋଇଥାଏ ବୋଲି ଆମ ହିନ୍ଦୁ ଧର୍ମରେ ଲୋକ ବିଶ୍ବାସ ରହିଛି। ଚଳିତ ବର୍ଷ କିଭଳି ଭଲ ଫସଲ ହେବ ସେ ନେଇ ଚାଷୀକୂଳ ଆଜିର ଦିନରେ ଶୁଭ ମନାସି ନିଜେ ନିଜେ ଚାଷ ଜମିରେ ଲକ୍ଷ୍ମୀ ଠାକୁରାଣୀ କୁଂ ପୂଜାର୍ଚ୍ଚନା କରିବା ପରେ ତା’ର ଚାଷ କାର୍ଯ୍ୟ ର ଶୁଭାରମ୍ଭ କରିଥାଏ ।
ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଇଥାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଏଶୂନ୍ୟ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣିଥାଏ ।

ଏହାକୁ ଆମେ ଆମ ଓଡିଶାରେ ଅକ୍ଷିମୁଠି କହିଥାଉ l
। ଅକ୍ଷୟ ତୃତୀୟା ହେଉଛି ଓଡିଶାର ଏକ ବଡ ପର୍ବ। କାରଣ ଏହି ପର୍ବରେ ବିଭିନ୍ନ କାର୍ଯ୍ୟ ଅନୁକୂଳ କରିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ଏହି ତିଥୀରେ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ରୀତିନୀତି ପାଳିତ ହୋଇଥାଏ।
ଓଡ଼ିଶାରେ ପ୍ରତିଟି ଚାଷୀ ପରିବାର ଚଳିତ ବର୍ଷ ଏହି ପର୍ବ ପାଳନ କରିଛନ୍ତି l ଏବଂ ଏହି ବର୍ଷ ଠିକ ସମୟରେ ମୌସମୀ ଆସିବ ଏହି ଆଶା ନେଇ ଚାଷୀ ଭଗବାନଙ୍କୁ ପ୍ରାଥନା କରିଥାଏ l

Comments (0)
Add Comment