କରୋନା କଟକଣା ମଧ୍ୟ ରେ ପାଳିତ ହେଲା ସାବିତ୍ରୀ ବ୍ରତ

ଜଣେ ସ୍ତ୍ରୀ ପାଇଁ ସ୍ବାମୀ ହେଉଛନ୍ତି ସଙ୍ଖା, ସିନ୍ଦୁର ଓ ସ୍ବାଭିମାନ ।ସ୍ବାମୀ ଇହକାଳ ଓ ପରକାଳର ଦେବତା , ସାତ ଜନମର ସାଥି , ନିଶ୍ବାସ, ବିଶ୍ବାସ ଓ ଭାଗ୍ୟବିଧାତା ସେଥିପାଇଁ ତ ସ୍ବାମୀ ର ଶୁଭ ମନାସି ସ୍ତ୍ରୀ ସିନ୍ଥିରେ ନାଏଁ ନାଲି ସିନ୍ଦୂର ଓ ହାତରେ ନାଲି ସଙ୍ଖା ।ସ୍ବାମୀ ସ୍ତ୍ରୀ ର ସମ୍ପର୍କ ସାତ ଜନମର ।ବେଦିର ହୋମନିଆଁ, ବିବାହ ର ହାତ ଗଣ୍ଠି ରୁ ଆରମ୍ଭ ହୋଇ ଥାଏ ଏହି ଅତୁଟ ବନ୍ଧନ ।ଦୁହିଁଙ୍କୁ ଜନ୍ମ ଜନ୍ମାନ୍ତର ପାଇଁ ଏକାକାର କରିଦିଏ ଏହି ବନ୍ଧନ ।ସ୍ବାମୀ ର ହାତକୁ ଧରି ସ୍ତ୍ରୀ ଜିବନର ବାଟ ଚାଲେ ।ସ୍ତ୍ରୀ ର ପ୍ରିତିଭରା ପ୍ରେମକୁ ସାଙ୍ଗରେ ନେଇ ସ୍ବାମୀ ଜୀବନ ସାରା ବାଟ ଚାଲିବାକୁ ସାହାସ ଜୁଟାଏ । ଜଣେ ସଧବା ସ୍ତ୍ରୀ ପାଇଁ ସିନ୍ଦୂର ହେଉଛି ସବୁକିଛି ଆଉ ଏହି ସିନ୍ଦୂର କୁ ସୁରକ୍ଷା ଦେବାକୁ ସ୍ତ୍ରୀ ପାଳନ କରିଥାଏ ସାବିତ୍ରୀ ବ୍ରତ ।ଏହି ବ୍ରତ ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ପାଳନ କରାଯାଏ ଏହି ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ର ପୂର ପଲ୍ଲୀ ରେ ପାଳିତ ହୋଇ ଯାଇଛି ସାବିତ୍ରୀ ବ୍ରତ ।ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ଗୁଡିକ ବନ୍ଦ ଥିବା ଯୋଗୁଁ ନିଜ ନିଜ ଘରେ ଏହି ବ୍ରତ ପାଳନ କରୁଥିବା ଦେଖି ବା କୁ ମିଳିଛି ।ବିଭିନ୍ନ ପ୍ରକାର ଫଳ ଭୋଗ ସହ ସ୍ବାମୀ ର ଦିର୍ଘାୟୁ କାମନା କରି ସଧବା ମହିଳା ମାନେ ସାବିତ୍ରୀ ବ୍ରତ ପାଳନ କରୁଥିବା ଦେଖିବାକୁ ମିଳିଛି ।

Comments (0)
Add Comment