ଜାଣନ୍ତୁ ବଜେଟରେ କ’ଣ ମହଙ୍ଗା ହେଲା

ନୂଆଦିଲ୍ଲୀ: ଲୋକସଭାରେ ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ସପ୍ତମ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରୁ ସାଧାରଣ ଲୋକଙ୍କର ବହୁତ ଆଶା ଅଛି। ଅର୍ଥମନ୍ତ୍ରୀ ଏହି ବଜେଟରେ ଅନେକ ବଡ଼ ଘୋଷଣା କରିଛନ୍ତି।
ସୁନା, ରୁପା, କର୍କଟ ଔଷଧ, ମୋବାଇଲ୍‌ ଫୋନ୍‌ ଶସ୍ତା ହୋଇଥିବା ବେଳେ ଏସବୁ ହୋଇଛି ମହଙ୍ଗା..

ପେଟ୍ରୋକେମିକାଲ ଉତ୍ପାଦ

ପ୍ଲାଷ୍ଟିକ୍‌ ଓ ପ୍ଲାଷ୍ଟିକ୍‌ ଉତ୍ପାଦ

ଟେଲିକମ୍‌ ଉପକରଣ

ବିମାନ ଯାତ୍ରା

ସିଗାରେଟ୍‌

ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁଳ୍କ ବଢିବା ସହ ପ୍ଲାଷ୍ଟିକ୍‌ ଓ ପ୍ଲାଷ୍ଟିକ୍‌ ସମ୍ପର୍କିତ ଜିନିଷ ଉପରେ ମଧ୍ୟ ଶୁଳ୍କ ବୃଦ୍ଧି ପାଇବ । ଆମୋନିୟମ ନାଇଟ୍ରେଟ ଉପରେ ସୀମା ଶୁଳ୍କ ୧୦ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ନିର୍ଦ୍ଦିଷ୍ଟ ଟେଲିକମ୍‌ ଯନ୍ତ୍ରପାତି ଉପରେ ମଧ୍ୟ ସୀମା ଶୁଳ୍କ ୧୦ରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

Comments
Loading...