ପିପିଲି ଉପନିର୍ବାଚନ – ଭର୍ଚୁଆଲ ଯୋଗେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଏପ୍ରିଲ ୧୭ରେ ଅନୁଷ୍ଠିତ ହେବାକୁଥିବା ପିପିଲି ଉପନିର୍ବାଚନକୁ ନେଇ ଓଡ଼ିଶାରେ ରାଜନୀତିକ ମାହୋଲ ଗରମ ହେବାରେ ଲାଗିଛି। ବିଜେଡିର ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲ ଯୋଗେ ପ୍ରଚାର କରିିବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଆଜି ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଭର୍ଚୁଆଲ ପ୍ରଚାର ପାଇଁ ବିଭିନ୍ନ ସ୍ଥାନରେ ଏଲ୍‌ଇଡିର ବ୍ୟବସ୍ଥା କରାଯିବ। ଚଳିତ ବର୍ଷ ଅନେକ ଭୋଟ୍‌ରେ ବିଜେଡ଼ି ବିଜୟ ହାସଲ କରିବ।”

କେବେଠାରୁ ପ୍ରଚାର କରିବେ ସୁପ୍ରିମୋ ସେନେଇ ତାରିଖ ଖୋଷଣା କରାଯାଇନାହିଁ। ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି।

ଅନ୍ୟପଟେ ପିପିଲିରେ ହେବିୱେଟ୍ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି। ସକାଳ ପାଇଲା ମାତ୍ରେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ନେତା ଓ ଦଳୀୟ କର୍ମୀ। ଆସନ୍ତା ମେ’ ୨ରେ ଏହି ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ଏନେଇ ନେତାମନ୍ତ୍ରୀମାନେ ପିପିଲି ରାଜନୀତି ମଇଦାନରେ କସରତ ଆରମ୍ଭ କରିସାରିଲେଣି।

Comments
Loading...