କୋଭାକ୍ସିନ ଟିକା ଦର: ରାଜ୍ୟକୁ ୬୦୦, ଘରୋଇ ଡାକ୍ତରଖାନାକୁ ୧୨୦୦ ଟଙ୍କା

ହାଇଦ୍ରାବାଦ: ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ’ର ବଜାର ଦର ନିର୍ଦ୍ଧାରଣ କରିଛି। ଶନିବାର ବିଳମ୍ବିତ ସଂଧ୍ୟାରେ ଭାରତ ବାୟୋଟେକ ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ଲାଗି କୋଭାକ୍ସିନ୍ ଟିକାର ମୂଲ୍ୟ ପ୍ରତି ପାନ (ଡୋଜ୍) ପିଛା ୬୦୦ ଟଙ୍କା ରହିବ। ତେବେ ଘରୋଇ ଡାକ୍ତରଖାନା ଲାଗି ଏହା ୧୨୦୦ ଟଙ୍କା ରହିବ। ତେବେ ଟିକାର ଘରୋଇ ଦର ଓ ରପ୍ତାନି ଦର ଅଲଗା ରହିଛି। ଅନ୍ୟ ଦେଶକୁ କୋଭାକ୍ସିନ୍ ରପ୍ତାନୀ କରାଯିବ ଏବଂ ଏହାର ଦର ୧୧୨୩ରୁ ୧୪୯୮ ଟଙ୍କା ମଧ୍ୟରେ ରହିବ ବୋଲି ଭାରତ ବାୟୋଟେକ ପକ୍ଷରୁ ଇସ୍ତାହାରରେ କୁହାଯାଇଛି।

Comments
Loading...