କରୋନା ମହାମାରୀ ଦ୍ୱିତୀୟ ପର୍ଯ୍ୟାୟ ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୂତାବକ ଦୈନିକ ୨ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୋଟିଏ ପଟେ ସଂକ୍ରମଣର ଡର ଅନ୍ୟପଟେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ରୋଗୀ । ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଗୁଜୁରାଟରେ ପଜିଟିଭ୍ ସଂଖ୍ୟା ଅଧିକ ଥିବାରୁ, ହସ୍ପିଟାଲଗୁଡ଼ିକରେ ଦେଖା ଦେଇଛି ଅମ୍ଲଜାନର ଅଭାବ।
ଓଡ଼ିଶାକୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶଂସା
ଓଡ଼ିଶା ସରକାରଙ୍କ ଅମ୍ଲଜାନ ପରିଚାଳନାକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଓଡ଼ିଶା ନିଜ ପାଇଁ ଅମ୍ଲଜାନ ସିଲିଣ୍ଡର ରଖିବା ସହ ଅନ୍ୟ ରାଜ୍ୟକୁ ମଧ୍ୟ ସହଯୋଗ କରୁଛି। ଅମ୍ଲଜାନ ସିଲିଣ୍ଡରକୁ କିଭଳି ଆୟତ୍ତ କରାଯିବା ସହ ଏହାକୁ ସଠିକ୍ ଭାବରେ ବ୍ୟବହାର କରାଯିବ, ତାହା ଓଡ଼ିଶାଠାରୁ ଅନ୍ୟ ରାଜ୍ୟମାନେ ଶିଖିବା ଦରକାର କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ପେଟ୍ରୋଲିୟମ ଓ ଇସ୍ପାତ ଶିଳ୍ପରେ ଅଧିକ ପରିମାଣରରେ ଅମ୍ଲଜାନ ବ୍ୟବହାର କରାଯାଉଥିବାବେଳେ, ଏପଟେ ରୋଗୀଙ୍କର ଅମ୍ଲଜାନ ଅଭାବରୁ ମୃତ୍ୟୁ ହେଉଛି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅଧିକ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।
କରୋନା ସଂକ୍ରମଣ ବଢ଼ୁଥିବାବେଳେ, ଅମ୍ଲଜାନର ଘୋର ଅଭାବ ଦେଖା ଦେଇଛି। ଦିଲ୍ଲୀର ମାକ୍ସ ଓ ଗଙ୍ଗାରାମ ହସ୍ପିଟାଲରେ ରୋଗୀମାନଙ୍କ ପାଇଁ ନାହିଁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଲଜାନ। ଗୋଟିଏ ପଟେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଓ ଅନ୍ୟପଟେ ହସ୍ପିଟାଲରୁ ଅମ୍ଲଜାନ ଶେଷ ହୋଇଯିବା, ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି। ଏହି ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିର୍ଛନ୍ତି ଦିଲ୍ଲୀ ହାଇକୋର୍ଟ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟ କରି ଅମ୍ଲଜାନ ସଙ୍କଟ ସମ୍ପର୍କରେ କେନ୍ଦ୍ରକୁ ଜଣାଇଛନ୍ତି । ସେ କହିଛନ୍ତି, “ଦିଲ୍ଲୀରେ ଅମ୍ଲଜାନ ସଙ୍କଟ ଦେଖା ଦେଇଛି। ଆଉ ମାତ୍ର କେଇ ଘଣ୍ଟା ପରେ ଅମ୍ଲଜାନ ସମ୍ପୂର୍ଣ୍ଣ ସରିଯିବ।ତେଣୁ ଦିଲ୍ଲୀକୁ ତୁରନ୍ତ ଅମ୍ଲଜାନ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ।”
ଦିଲ୍ଲୀ ଭଳି ଦେଶର କିଛି ପ୍ରମୁଖ ରାଜ୍ୟରେ ସଂକ୍ରମଣ ବୃଦ୍ଧି ସାଙ୍ଗକୁ ହସ୍ପିଟାଲରେ ଶଯ୍ୟାର ଅଭାବ, ଭେଣ୍ଟିଲେଟର ଓ ଅମ୍ଲଜାନ ସମସ୍ୟା ଇତ୍ୟାଦି ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହରରେ ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବାବେଳେ, ଭାରତର ସ୍ଥାନ ଦ୍ୱିତୀୟରେ ରହିଛି। ଏଭଳି ପରିସ୍ଥିତିରେ ଅମ୍ଲଜାନ ସଙ୍କଟ ରୋଗୀମାନଙ୍କୁ ଭୟଭୀତ କରିଛି।
ଆମେ ଦେବୁ ସତ୍ୟ ଖବର ସବୁ ଅଞ୍ଚଳ ର ଖବର ସବୁ ଖବର ଆପଣଙ୍କ ପାଖରେ ସବୁ ସମୟରେ।
କୋଶଲ ନ୍ୟୁଜ୍। ଆପଣଙ୍କର ଅଞ୍ଚଳ, ଆପଣଙ୍କର ଖବର।
Prev Post
Comments