ଭୁବନେଶ୍ୱର : ‘ଏକ୍ମୋ’ ଚିକିତ୍ସା ପାଇଁ ଏଣିକି ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ। ସରକାରୀ ଡାକ୍ତରଖାନାରେ ମିଳିବ ‘ଏକ୍ମୋ’ ଚିକିତ୍ସା। ଏନେଇ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। କଟକ ବଡ଼ ଡାକ୍ତରଖାନା(ଏସ୍ସିବି)ରେ ୯ଟି ଏକ୍ମୋ ଯନ୍ତ୍ର ଲାଗିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ (ଏସ୍ସିଏସ୍ )ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ, ‘ଓଡ଼ିଶାକୁ ୯ଟି ଏକ୍ମୋ ଯନ୍ତ୍ର ଆସିବ ଏବଂ ଏହାକୁ ଏସସିବିରେ ସ୍ଥାପନା କରାଯିବ। ତେବେ ୯ଟିରୁ ୬ଟି ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରୁ କିଣାଯିବାକୁ ଥିବାବେଳେ ଅନ୍ୟ ୩ଟି ସାମାଜିକ ଦାୟିତ୍ବବୋଧ ପାଣ୍ଠି (ସିଏସଆର) ପାଣ୍ଠିରୁ କିଣାଯିବ। ସେହିପରି ଏକ୍ମୋ ଯନ୍ତ୍ର ପରିଚାଳନା ପାଇଁ ଆବଶ୍ୟକ ବିଶେଷଜ୍ଞ ମନୋନୟନ ସରିଛି। ସେମାନଙ୍କୁ ପ୍ରଶିକ୍ଷଣ ନିମନ୍ତେ କଲକାତା ପଠାଯିବ। ଜୁଲାଇ ୩୧ ସୁଦ୍ଧା ପ୍ରଶିକ୍ଷଣ ସରିବ ପରେ ରାଜ୍ୟରେ ଅଗଷ୍ଟ ୧୫ରୁ ଏକମୋ କାର୍ଯ୍ୟକ୍ଷମ ହେବ।