ତିଥି ଓ ପର୍ବ-ଦିବସ: ବୁଧବାର ପୌଷ କୃଷ୍ଣ ଅମାବାସ୍ୟା ଦିବା ୧୦:୩୦:୦୭ ଗତେ ପ୍ରତିପଦ ତିଥି। ଧନୁଚନ୍ଦ୍ର ଦିବା ୧୨:୦୬ ଗତେ ମକରଚନ୍ଦ୍ର। ଉତ୍ତରାଷାଢ଼ା ନିଶାନ୍ତ ୦୫:୨୭:୫୬ ଗତେ ଶ୍ରବଣା ନକ୍ଷତ୍ର। ଦିବା ୧୨:୦୬ ଗତେ ଶରଣ। ଶ୍ରୀମନ୍ଦିରରେ ବକୁଳ ଅମାବାସ୍ୟା, ଶ୍ରୀଜୀଉଙ୍କର ବକୁଳ ଲାଗି। ଶ୍ରୀଜୀଉଙ୍କର ନବାଙ୍କ ବେଶ ଓ ଫୁଲ ମେଲାଣ। ଯଜ୍ଞବରାହ ଜନ୍ମ, ବିରଜା କ୍ଷେତ୍ରରେ ବରାହ ମହାପ୍ରଭୁଙ୍କର ୭ ଦିନ ବ୍ୟାପୀ ଜନ୍ମୋତ୍ସବ ପାଳନ। ମାସାନ୍ତ, ବୃହସ୍ପତି ବୃଦ୍ଧ। ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀ। ଅମାବାସ୍ୟା ତିଥିରେ ଆମିଷ ଓ ତୈଳ ଏବଂ ଦିବା ୧୦:୩୦:୦୭ ଗତେ ପ୍ରତିପଦ ତିଥିରେ ପାଣିକଖାରୁ ଭକ୍ଷଣ ନିଷେଧ।
|
ମେଷ |
ବୃଷ |
ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ଇଷ୍ଟ ମନନଶୀଳ ହୋଇ ଚଳନ୍ତୁ। କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ଦିବା ୧୨:୦୬ ଗତେ ଉଦାସ ଉଦାସ ଲାଗିବ। ଅସୁସ୍ଥତା, ମାନସିକ ଅବସାଦ, ଆବଦ୍ଧ ଯୋଗ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ।
ମିଥୁନ |
କର୍କଟ |
ସିଂହ |
କନ୍ୟା |
ତୁଳା |
ବିଛା |
ଧନୁ |
ମକର |
କୁମ୍ଭ |
ମୀନ |
[ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।]