ଆଜିର ରାଶିଫଳ ରବିବାର ୦୩ ଜାନୁଆରୀ ୨୦୨୧

ମେଷ

ଆଜି ଆପଣ ଆର୍ଥିକ ରୂପରେ ବହୁତ ଲାଭବାନ ହେବେ । ଆପଣ କୌଣସି ମହତ୍ଵ ପୂର୍ଣ କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରନ୍ତି । ଚାକିରୀ କ୍ଷେତ୍ରରେ କୌଣସି ସ୍ଥାନକୁ ବଦଳି ହୋଇପାରେ । ଆପଣଙ୍କୁ ଚାକିରୀ କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ପୂର୍ଣ ସହଯୋଗ ମିଳିବ । ଆପଣ ଯଦି କୌଣସି କ୍ଷେତ୍ରରେ ନିବେଶ କରିବାକୁ ଇଛା କରୁଛନ୍ତି ତେବେ ସେହି କ୍ଷେତ୍ରରେ ଅନୁଭବ ଥିବା ବ୍ୟକ୍ତିଙ୍କ ପରାମର୍ଶ ନେଇ କରନ୍ତୁ । ନଚେତ ଆପଣଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡିବ । ଆପଣ ଏହି ସମୟରେ କୌଣସି ନୂଆ ଗୃହ ନିର୍ମାଣ କରିବାରେ ସଫଳ ହେବେ । ଆଜି ଆପଣଙ୍କୁ କୌଣସି ବ୍ୟକ୍ତି ସାହାଯ୍ୟ କରି ପାରନ୍ତି ।

ବୃଷ

ଏହି ସମୟଟି ଆପଣଙ୍କ ପାଇଁ ଚ୍ୟାଲେଞ୍ଜ ପୂର୍ଣ ରହିପାରେ । କିନ୍ତୁ ଦୃଢ ଇଚ୍ଛା ଶକ୍ତି କିମ୍ବା ନିଜ ବଳରେ ସବୁ ସମସ୍ୟାର ସାମ୍ନା କରିବାରେ ଆପଣ ସମର୍ଥ ହେବେ । ବିଦେଶ ଯାତ୍ରାର ପ୍ରବଳ ସମ୍ଭାବନା ଅଛି । ଆପଣଙ୍କ କ୍ୟାରିୟରରେ ଉନ୍ନତି ହେବ । ନୂଆ କାର୍ଯ୍ୟରେ ସଫଳତା ମିଳିବ । ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ କୌଣସି ଖୁସି ଖବର ମିଳିବ । ସନ୍ତାନ ସୁଖ ମିଳିବ । ଶିକ୍ଷା ଓ ବ୍ୟବସାୟିକ କ୍ଷେତ୍ରରେ ସଫଳତା ମିଳିବ । ଶାରୀରିକ ଓ ମାନସିକ ରୂପରେ ଖୁସି ଅନୁଭବ ରହିବେ । ଆପଣ କୌଣସି ପ୍ରିୟ ବ୍ୟକ୍ତିଙ୍କ ସହ ଦେଖା କରିବେ । ଧନ ସଞ୍ଚୟ କରିବାରେ ସଫଳତା ପାଇବେ । ବାହନ ଓ ଭୂମି କିଣିବାରେ ସଫଳତା ପାଇବେ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ ।

ମିଥୁନ

ଯଦି ଆପଣ ନିଜ ଜିଦ ଉପରେ ଅଟଳ ରୁହନ୍ତି ତେବେ ଆପଣଙ୍କର କ୍ଷତି ହୋଇପାରେ । ଆପଣ ପୁରୁଣା ବାଦ ବିବାଦରେ ପଡନ୍ତୁ ନାହିଁ ।  ଆୟର ସ୍ରୋତରେ ବିକସିତ ହୋଇପାରେ । ଟିକେ ଟିକେ କଥାରେ ରାଗିବା ଦ୍ଵାରା କିଛି ଲୋକମାନେ ଆପଣଙ୍କୁ ବିରୋଧ କରିପାରନ୍ତି । କୌଣସି ମିତ୍ର ଘରକୁ ଆସିପାରନ୍ତି । ପରିବାରରେ ଆନନ୍ଦ ଉତ୍ସାହର ବାତାବରଣ ରହିବ । ରୋଗିଣା ବ୍ୟକ୍ତି ସୁସ୍ଥ ରହିବେ ଯାହା ଦ୍ଵାରା ଶାନ୍ତି ଅନୁଭବ କରିବେ । କୌଣସି ବି କାର୍ଯ୍ୟକୁ ଶୀଘ୍ର କରନ୍ତୁ ନାହିଁ । ଟଙ୍କା ନେଣ ଦେଣରେ ସାବଧାନ ରୁହନ୍ତୁ । ପାରିବାରିକ ସମସ୍ୟା ଦେଖା ଯାଇପାରେ । ଧର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ ।

କର୍କଟ

ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ବିଦ୍ୟାରେ ଉନ୍ନତି କରିବେ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ । ଭାଇ ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ । ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ । ଶତୃମାନେ ଦୂରେଇ ଯିବେ । ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା ଆଗକୁ ବଢିବ । ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ । ପରିବାରର ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବ । ପ୍ରତିକାର- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ସିଂହ

ଘରେ ଆପଣ ପାର୍ଟିର ଆୟୋଜନ କରିପାରନ୍ତି । ଆପଣ ନୂତନ ଦାୟିତ୍ଵ ନେବା ପାଇଁ ଅଳ୍ପ ସଙ୍କୋଚ କରିପାରନ୍ତି । ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ । କାର୍ଯ୍ୟରେ ବ୍ୟସ୍ତ ରହିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆର୍ଥିକ ଆୟୋଜନ କରିପାରନ୍ତି । ଚାକିରିରେ ପଦୋଉନ୍ନତି ଆସିପାରେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଭାଗ୍ୟ ଆପଣଙ୍କର ସାଥ ଦେଇପାରେ ଓ ଆର୍ଥିକ ରୂପରେ କରାଯାଇଥିବା ପ୍ରୟାସରେ ଭଲ ସଫଳତା ପ୍ରାପ୍ତ ହେବ । ମାନସିକ ଚିନ୍ତା ବଢିପାରେ । ବାଦ ବିବାଦ ହେବାର ସମ୍ଭାବନା ଅଛି । କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ । ଆଜି କୌଣସି ଜିନିଷ ଅଲଗା ଜାଗାରେ ରଖି ପୁଣି ଭୁଲିଯିବେ ।

କନ୍ୟା

ଆପଣ ଆଜି ଭଡା ଶୁତ୍ରରୁ ବହୁତ ଧନ ଲାଭ କରିବେ । ପରିବାରରେ ଖୁସିର ପରିବେଶ ରହିଵ । ଏହି ସମୟରେ ଆପଣଙ୍କ ଭାଇ ଭଉଣୀଙ୍କ ଠାରୁ ସବୁ କାର୍ଯ୍ୟରେ ସହଯୋଗ ମିଳିବ । ଅଫିସରେ ଉଚ୍ଚ ଅଧିକାରୀଙ୍କ ଠାରୁ କାର୍ଯ୍ୟରେ ପ୍ରଶଂସା ମିଳିବ । ବ୍ୟବସାୟରେ ଆପଣଙ୍କୁ ବହୁତ ଭଲ ଲାଭ ମିଳିବ । ଆପଣଙ୍କର ଆମଦାନୀରେ ବୃଦ୍ଧି ହେବ । ଯାହା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ମିଳିବ । ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ଆପଣ ନିଜ ରୋଜଗାରକୁ ଦେଖି ଖର୍ଚ୍ଚ କରନ୍ତୁ ନଚେତ ଆପଣ ଭବିଷ୍ୟତରେ ଆର୍ଥିକ ସମସ୍ୟାରେ ପଡି ପାରନ୍ତି ।

ତୁଳା

ଆଜି ଆପଣ କିଛି ସଂବେଦନଶୀଳ ହୋଇପାରନ୍ତି । ସନ୍ତାନ ସହ କୌଣସି କଥାକୁ ନେଇ ବିବାଦ ଉପୁଜି ପାରେ । ପରିବାର ସହ ବୁଲିବାକୁ ଯାଇପାରନ୍ତି । ମିତ୍ରଙ୍କ ସହଯୋଗ ମିଳିବ । ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ । ସେୟାର ବଜାର ଠାରୁ ଦୂରେଇ ରୁହନ୍ତୁ । ଧନ ଓ ଅଚଳ ସମ୍ପତି ମିଳିବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ଆପଣ ବ୍ୟସ୍ତ ରହିବେ । ସମସ୍ତ ଜିନିଷ ଉପରେ ନଜର ରଖି କାର୍ଯ୍ୟ କରନ୍ତୁ ଯାହା ଦ୍ଵାରା ଆପଣ ଭଲ ପରିଣାମ ମିଳିବ ।

ବିଛା

ଆଜି ଆପଣଙ୍କ ସବୁ କାର୍ଯ୍ୟ ଅତି ସହଜରେ ହୋଇଯିବ । କୌଣସି ଖୁସି ଖବର ମିଳିବ । ବୈବାହିକ ଜୀବନ ବହୁତ ଖୁସିରେ ବିତିବ । କରୋବାରରେ ଲାଭ ମିଳିବ । ପ୍ରବେଶିକା ପରୀକ୍ଷାରେ କୃତ କାର୍ଯ୍ୟ ହେବେ । ନୂଆ କାର୍ଯ୍ୟ କରିବାରେ ସୁଯୋଗ ମିଳିବ । ଘର ପରିବାରରେ ଶାନ୍ତି ରହିବ । କୌଣସି ଆର୍ଥିକ କ୍ଷେତ୍ରରେ ନିବେଶ ଲାଭଦାୟକ ରହିବ । ଆପଣ ଅଧିକ ଖର୍ଚ କରିପାରନ୍ତି । କୌଣସି ଭୂମି କିମ୍ବା ଗାଡି କିଣିବାର ସୁଯୋଗ ମିଳିବ । ମାତଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ସମ୍ପର୍କରେ ସୁଧାର ଆସିବ ।

ଧନୁ

କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଭଲ ସଫଳତା ମିଳିବ । ସବୁ ଯୋଜନା ସମୟ ପୂର୍ବରୁ ସମାପ୍ତ ହୋଇଯିବ । ପରିବାରରେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହେବା ଯୋଗୁଁ ପରିବାରରେ  ଖୁସିର ପରିବେଶ ରହିବ । ମିତ୍ରଙ୍କ ସହଯୋଗରେ ସବୁ କାର୍ଯ୍ୟରେ ସଫଳତା ପାଇବେ । ଜୀବନସାଥିଙ୍କ ସହ ସମ୍ପର୍କ ଭଲ ରହିବ । କଳାତ୍ମକ ଓ ସୃଜନାତ୍ମକ କ୍ଷେତ୍ରରେ ମାନ ସମ୍ମାନ ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ମିଳିବ । ସେୟାର ବଜାରରେ ନିବେଶ କରନ୍ତୁ ନାହିଁ କ୍ଷତିରେ ପଡି ପାରନ୍ତି । ସମସ୍ତଜଳାଶୟ ଠାରୁ ଦୂରେଇ ରୁହନ୍ତୁ । ଏହି ସମୟରେ ଆମଦାନୀ ଠାରୁ ଅଧିକ ଖର୍ଚ ରହିବ କିନ୍ତୁ ଏହା ଅଧିକ ବଢିଯିବ ।

ମକର

ଆପଣଙ୍କ ସବୁ ପୁରୁଣା କାମ ପୂରଣ ହୋଇଯିବ । ଆପଣଙ୍କୁ ନୂଆ ଅବସର ମିଳିବ । ମିଳିମିଶି କରିଥିବା କାର୍ଯ୍ୟରେ ସଫଳତା ମିଳିବ । ଆଜି ଆପଣ ବୁଲା ବୁଲିରେ ସମୟ ବିତାଇବେ । ବ୍ୟବସାୟକୁ ନେଇ କୌଣସି ଜାଗାକୁ ଯାଇ ପାରନ୍ତି । ଆୟର ନୂଆ ନୂଆ ଯୋଜନା ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । ନିଜ କଥା ପ୍ରତି ସତର୍କ ରୁହନ୍ତୁ । ଅଫିସରେ ଅଧିକ କାର୍ଯ୍ୟ ଭାର ରହିବ । ଅଫିସରେ ଉଚ୍ଚ ଅଧିକାରୀ ଅସନ୍ତୁଷ୍ଟ ରହିବେ । ନିଜ କଥାକୁ ଅନ୍ୟ ପାଖରେ ସ୍ପଷ୍ଟ ଭାବରେ ରଖନ୍ତୁ ଯାହା ଦ୍ଵାରା ଆପଣଙ୍କୁ ସେହି କାର୍ଯ୍ୟରେ ସଫଳତା ମିଳିବ ।

କୁମ୍ଭ

ଆପଣଙ୍କୁ ସବୁ ଦିନିକିଆ କାର୍ଯ୍ୟରେ ସଫଳତା ମିଳିବ । ଅଟକି ଥିବା ପୁରୁଣା ଧନ ମିଳିଯିବ । ମିତ୍ରା ଅନକେ ସହ ବୁଲିବାକୁ ଯାଇପାରନ୍ତି । ଶାରୀରିକ, ମାନସିକ, ଆର୍ଥିକ ଦ୍ରୁଷ୍ଟିରେ ଆଜି ଦିନଟି ବହୁତ ଭଲ ଅଛି । ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । ଆଜି ସମ୍ପର୍କୀୟଙ୍କ ସହ ସମ୍ପର୍କ ଭଲ ରହିବ । କୌଣସି ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ମିଳିବ । କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିବେଶ କରନ୍ତୁ । କୋଟ କଚେରୀ ମାମଲାରେ ସତର୍କ ରୁହନ୍ତୁ । ସନ୍ତାନ କଷ୍ଟ ଦେଇପାରେ ।

ମୀନ

ଏହି ସମୟରେ ପରିବାର ସଦସ୍ୟଙ୍କ ସହ ମିଶି ରହିବେ । ଆପଣ ଆଜି ସବୁ କାର୍ଯ୍ୟରେ ସଫଳତା ପାଇବେ । ଆପଣ ଟଙ୍କା ସଞ୍ଚଯ କରିବାରେ ସଫଳ ହେବେ । ଯାହା ଦ୍ଵାରା କି ଆପଣଙ୍କ ଭବିଷ୍ୟତରେ କୌଣସି ଆର୍ଥିକ ସମସ୍ୟା ରହିବ ନାହିଁ । ଆପଣ କୌଣସି ନିବେଶରେ ସଫଳତା ପାଇବେ । ନିଜର ପାରସ୍ପରିକ ଓ କୌଶଳକୁ ବିକଶିତ କରିବାରେ ଉପଯୁକ୍ତ ସମୟ ଅଛି । ଆପଣ ଅନ୍ୟ ମାନଙ୍କ ସହ କିମ୍ବା ଦଳରେ ରହି କାମ କରି ସଫଳତା ପାଇବେ । ଆପଣ ଆପଣଙ୍କ ନକରାତ୍ମକ ଗୁଣକୁ ହ୍ରାସ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


[ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।]

Comments
Loading...