ତିଥି ଓ ପର୍ବ-ଦିବସ: ଆଜି ଚୈତ୍ର କୃଷ୍ଣ ପ୍ରତିପଦ ରାତ୍ରି ୦୮:୫୪:୪୧ ଗତେ ଦ୍ବିତୀୟା ତିଥି। କନ୍ୟାଚନ୍ଦ୍ର ରାତ୍ରି ୦୧:୪୧ ଗତେ ତୁଳାଚନ୍ଦ୍ର। ହସ୍ତା ଦିବା ୦୩:୦୧:୪୧ ଗତେ ଚିତ୍ରା ନକ୍ଷତ୍ର। ହୋଲି ପର୍ବ। ଶ୍ରୀମାଙ୍କ ପ୍ରଥମ ପଣ୍ଡିଚେରୀ ଆଗମନ ଦିବସ (ତା୨୯-୦୩-୧୯୧୪)। ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ (ତା୨୯-୦୩-୧୯୪୩-ଚୈତ୍ର କୃଷ୍ଣ ୮ମୀ)। ପ୍ରତିପଦ ତିଥିରେ ପାଣିକଖାରୁ ଏବଂ ରାତ୍ରି ୦୮:୫୪:୪୧ ଗତେ ଦ୍ବିତୀୟା ତିଥିରେ ଭେଜିବାଇଗଣ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।