ତିଥି ଓ ପର୍ବ-ଦିବସ: ଶନିବାର ଫାଲ୍ଗୁନ କୃଷ୍ଣ ଅମାବାସ୍ୟା ଦିବା ୦୩:୫୧:୦୫ ଗତେ ଶୁକ୍ଳ ପ୍ରତିପଦ ତିଥି। କୁମ୍ଭଚନ୍ଦ୍ର ସନ୍ଧ୍ୟା ୦୫:୫୬ ଗତେ ମୀନଚନ୍ଦ୍ର। ପୂର୍ବଭାଦ୍ର ରାତ୍ରି ୧୨:୨୨:୩୦ ଗତେ ଉତ୍ତରଭାଦ୍ର ନକ୍ଷତ୍ର। ମାସାନ୍ତ, ଫାଲ୍ଗୁନ ଅମାବାସ୍ୟା, ସନ୍ଧ୍ୟା ୦୫:୫୬ ମଧ୍ୟେ ଶରଣ। ଅମାବାସ୍ୟା ତିଥିରେ ଆମିଷ ଓ ତୈଳ ଏବଂ ଦିବା ୦୩:୫୧:୦୫ ଗତେ ପ୍ରତିପଦ ତିଥିରେ ପାଣିକଖାରୁ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।