ଆଜିର ରାଶିଫଳ ଶୁକ୍ରବାର ୦୨ ଏପ୍ରିଲ ୨୦୨୧

ତିଥି ଓ ପର୍ବ-ଦିବସ: ଆଜି ଚୈତ୍ର କୃଷ୍ଣ ପଞ୍ଚମୀ ଦିବା ୦୮:୧୫:୪୯ ଗତେ ଷଷ୍ଠୀ ତିଥି। ବିଛାଚନ୍ଦ୍ର ରାତ୍ରି ୦୩:୪୪ ଗତେ ଧନୁଚନ୍ଦ୍ର। ଜ୍ୟେଷ୍ଠା ରାତ୍ରି ୦୩:୪୪:୦୧ ଗତେ ମୂଳା ନକ୍ଷତ୍ର। ଗୁଡ୍ ଫ୍ରାଇଡେ ବା ଇଷ୍ଟର ଶୁକ୍ରବାର। ଅନ୍ତର୍ଜାତୀୟ ଶିଶୁ ପୁସ୍ତକ ଦିବସ। ପଞ୍ଚମୀ ତିଥିରେ ବେଲ ଓ ପଣସ ଏବଂ ଦିବା ୦୮:୧୫:୪୯ ଗତେ ଷଷ୍ଠୀ ତିଥିରେ ନିମ୍ବ ଭକ୍ଷଣ ନିଷେଧ।

ମେଷ:  ଏହି ରାଶିର ଲୋକମାନେ ନିଜ ଛୋଟ ଭାଇ ଭଉଣୀଙ୍କ ଠାରୁ କିଛି ନୂଆ କଥା ଶିଖିବାକୁ ପାଇବେ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ଲାଭ ମିଳିପାରେ । ଦାଂପତ୍ଯ ଜୀବନରେ ନିଜ ସଙ୍ଗିନୀଙ୍କ ସହ ଭଲ ସମୟ ଅତିବାହିତ କରିବେ । ଆଜି ଆପଣଙ୍କ ଭାଗ୍ୟ ପୁରା ସାଥ ଦେବ । ଲୋକଙ୍କ ନଜରରୁ ଦୂରେଇ ରହି ନିଜ କର୍ମ କ୍ଷେତ୍ରରେ ଆଗକୁ ବଢନ୍ତୁ । ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହେବ । ନିଜ ପରିବାର ଲୋକଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରିପାରନ୍ତି । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମିଥୁନ: ଏହି ରାଶିର ଲୋକମାନେ ନିଜ ଘର ପାଇଁ କୌଣସି ନୂଆ ଜିନିଷ କିଣିବାକୁ ଚିନ୍ତା କରିବେ । କୌଣସି କାରଣରୁ ନିଜ ଜୀବନ ସାଥିଙ୍କ ସାହାଜ୍ଯ ମିଳିପାରେ । ଏହି କାରଣରୁ ଆପଣଙ୍କ ମାନସିକ ଚିନ୍ତା ଦୂର ହେବ । ବ୍ୟବସାୟରେ ଭଲ ଲାଭ ମିଳିବ । ଦାଂପତ୍ଯ ଜୀବନରେ ସୁଖ ସମୃଦ୍ଧିର ବିକାଶ ହେବ । ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ । ଛାତ୍ରମାନେ ନିଜ ଜୀବନରେ କଠିନ ପରିଶ୍ରମ କରିବେ ଯାହା ଦ୍ଵାରା ସେମାନେ ସଫଳ ହେବେ । କୋଣସି ଦୂର ସ୍ଥାନକୁ ଯାତ୍ରା କରିବା କାରଣରୁ ଆପଣଙ୍କ ସ୍ଵାସ୍ଥ୍ୟରେ ପ୍ରଭାବ ପଡିପାରେ । ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
ସିଂହ: ଏହି ରାଶିର ଲୋକମାନେ ପରିବାର କୌଣସି କାର୍ଯ୍ୟକ୍ରମରେ ଭାଗ ନେବେ । କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । କୌଣସି ମନୋରଞ୍ଜନ କାର୍ଯ୍ୟ କ୍ରମରେ ଭାଗ ନେଇ ଆନନ୍ଦର ମଜା ନିଅନ୍ତୁ । ନିଜ ଜୀବନ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ । ଛାତ୍ରମାନେ କଠିନ ପରିଶ୍ରମ କଲେ ନିଜ ଜୀବନରେ ଆଗକୁ ବଢି ପାରିବେ । ବ୍ୟବସାୟରେ ଆର୍ଥିକ ଲାଭ ମିଳିବ । ଯାହା ଆପଣଙ୍କ ଭବିଷ୍ୟତରେ କାମରେ ଆସିପାରେ ।
ତୁଳା: ଆଜି ଆପଣଙ୍କ ଦିନଟି ବ୍ୟସ୍ତତା ଭିତରେ ରହିବ । କୌଣସି କାମରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । କୌଣସି ଠକ ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧାରେ ପଡି ପାରନ୍ତି । ନିଜ ପରିବାର ଲୋକଙ୍କର ଯତ୍ନ ନେବା ସହ ପଶୁ ପକ୍ଷୀ ମାନଙ୍କର ଧ୍ୟାନ ରଖନ୍ତୁ । ଆପଣଙ୍କ କର୍ମ କ୍ଷେତ୍ରରେ ବାଧା ସୃଷ୍ଟି ହେବ । ସେଥିପ୍ରତି ଧ୍ୟାନ ଦେବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବେ । ନିଜ ସାଙ୍ଗ ସାଥିମାନଙ୍କ ସହ ଅଧିକ ସମୟ ବିତେଇବାକୁ ପ୍ରୟାସ କରନ୍ତୁ ।
ଧନୁ: ଏହି ରାଶିର ଲୋକମାନଙ୍କୁ ସମାଜରେ ମାନ ସମାନ ମିଳିବ । ସମାଜରେ ଆପଣଙ୍କ ପ୍ରତିଷ୍ଠାର ମାନ ବଢିବ । ନିଜ ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ । ଛାତ୍ରମାନେ ନିଜ ପାଠ ପଢାରେ ସଫଳ ହେବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରିବେ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖିବେ । ବ୍ୟବସାୟରେ ଭଲ ଲାଭ ମିଳିବ ।
କୁମ୍ଭ:ଏହି ରାଶିର ଲୋକମାନେ ଯଦି କାହାକୁ ପ୍ରେମ କରୁଥାନ୍ତି ତେବେ ତାଙ୍କୁ ନିଜ ମନ କଥା କହିବାର ଆଜି ଦିନଟି ଶୁଭ ଅଟେ । ନିଜ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । କଠିନ ପରିଶ୍ରମ କରିବା ଦ୍ଵାରା ଆପଣଙ୍କୁ ସଫଳତା ମିଳି ପାରିବ । ଆପଣଙ୍କ ଦିନଟି ଭଲରେ କାଟିବା । ବ୍ୟବସାୟରେ ଆର୍ଥିକ ଲାଭ ମିଳିବ । ଆପଣଙ୍କୁ ମିଳିଥିବା ସୁଯୋଗର ସଠିକ ବ୍ୟବହାର କରନ୍ତୁ । କୌଣସି ସମସ୍ୟାର ସମାଧାନ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ଚେଷ୍ଟା କରନ୍ତୁ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ଦିଅନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...